Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଟିକ ଟକ କମ୍ପାନୀ ଭାରତରେ ବିନିଯୋଗ କରିବ ୬୯.୩ କୋଟି ଟଙ୍କା : ଲଞ୍ଚ ହେବ ନୂଆ ଆପ

19/04/2019 at 7:33 PM

ନୂଆଦିଲ୍ଲୀ ୧୯/୪ : ଭାରତରେ ଟିକ ଟକ ଆପ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ | ପ୍ଲେ ଷ୍ଟୋର ଏବଂ ଏପଲ ଆପ ଷ୍ଟୋରରେ ଟିକ ଟକ ଆପ ଉପଲବ୍ଧ ନୁହେଁ | କିନ୍ତୁ ଯେଉଁ ୟୁଜରଙ୍କ ପାଖରେ ପୂର୍ବରୁ ଟିକ ଟକ ଆପ ଅଛି ସେମାନେ ଏହାକୁ ପୂର୍ବ ଭଳି ବ୍ୟବହାର କରୁଛନ୍ତି ଏବଂ ଏହା ପୂର୍ବ ଭଳି କାମ ମଧ୍ୟ କରୁଛି | କିନ୍ତୁ ଟିକ ଟକର ପେରେଣ୍ଟ କମ୍ପାନୀ ଭାରତରେ ୧ କୋଟି ଡଲାର ବିନିଯୋଗ କରିବା ପାଇଁ ପ୍ରସ୍ତୁତି କରୁଛି | ByteDance ଚୀନର ଏକ ଷ୍ଟାର୍ଟ ଅପ କମ୍ପାନୀ | ଏହି କମ୍ପାନୀକୁ ସବୁଠାରୁ ଅଧିକ ଅରଠାଯୁକ୍ତ ଷ୍ଟାର୍ଟ ଅପ ଭାବେ ରଖାଯାଇଛି | ଏହା ପୂର୍ବରୁ କମ୍ପାନୀ କିଛି ଆପ ମାଧ୍ୟମରେ ଭାରତରେ ୧୦୦ ମିଲିୟନ ପୁଞ୍ଜି ବିନିଯୋଗ କରିସାରିଛି | ଏହି ଆପଗୁଡିକ ମଧ୍ୟରେ Helo ଏବଂ ଟିକ ଟକ ସାମିଲ ହୋଇଥିଲା |


ଟିକ ଟକ ଅନୁଯାୟୀ, ଭାରତରେ ଏହି ଆପର ୧୩୦ ମିଲିୟନ ଆକ୍ଟିଭ ୟୁଜର ଅଛନ୍ତି | କମ୍ପାନୀ ଭାରତରେ ବର୍ଷର ଶେଷ ପର୍ଯ୍ୟନ୍ତ କମ୍ପାନୀ ନିଜ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରି ୧୦୦୦ କରିବ ବୋଲି କହିଛି | ରିପୋର୍ଟ ଅନୁଯାୟୀ, ByteDance ଭାରତରେ ଏକ ନୂଆ ଭିଡିଓ ଆପ ଲଞ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି | ଏହି କମ୍ପାନୀର ସମୁଦାୟ ୨୦ ଆପ ଅଛି | ଏଠି ମଧ୍ୟରୁ ଭାରତରେ ୩ଟି ଆପ ଚାଲୁଚି | ତେବେ ByteDance ଆପ ଭାରତରେ ଟିକ ଟକ ଆପକୁ ରିପ୍ଲେସ କରିବ ନା ତାର ଅଲଗା ପ୍ଲାଟଫର୍ମ ପ୍ରସ୍ତୁତ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |


ଏକ ସାକ୍ଷାତକାରରେ ଟିକ ଟକର ବରିଷ୍ଠ ଉପ ସଭାପତି କହିଛନ୍ତି ଯେ, ୮୫ ପ୍ରତିଶତ ଟିକ ଟକ ୟୁଜର ଆଡଲ୍ଟ | କମ୍ପାନୀ ପାଇଁ ତିଆରି ହୋଇଥିବା ସର୍ଟ ଭିଡିଓ ଏବଂ ୟୁଜରଙ୍କ ଦ୍ୱାରା କରାଯାଇଥିବା କଣ୍ଟେଣ୍ଟ ବହୁତ ମହତ୍ଵପୁର୍ଣ ବୋଲି ସେ କହିଛନ୍ତି | ସେ କହିଛନ୍ତି ସର୍ଟ ଭିଡିଓ ଲୋକଙ୍କ ପାଇଁ ନିଜକୁ ଏକ୍ସପ୍ରେସ କରିବା ଏବଂ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାର ଏକ ଜରିଆ ବୋଲି ସେ କହିଛନ୍ତି | ଏହି ନୂଆ ଆପରେ ଅନେକ ସୁରକ୍ଷିତ ଫିଚର୍ସ ରହିଛି ବୋଲି ସେ କହିଛନ୍ତି | କମ୍ପାନୀ ୬୦ ଲକ୍ଷ ଭିଡିଓ ଡିଲିଟ କରିଛି |

   Related Posts