ଟିକ୍ ଟକ୍ ଗ୍ରାହକଙ୍କୁ ଦେଉଛି ପ୍ରତିଦିନ ଲକ୍ଷେ ଟଙ୍କାର ଉପହାର : ଜାଣନ୍ତୁ

Published By : Prameya-News7 Bureau | May 11, 2019 IST

ନୂଆଦିଲ୍ଲୀ ୧୧/୫: ଟିକ୍ ଟକ୍ ଆପ୍ ଭାରତରେ କିଛି ସମୟ ପାଇଁ ବ୍ୟାନ୍ ହୋଇଥିଲା କିନ୍ତୁ ଏହା ଦ୍ବାରା କମ୍ପାନୀକୁ ଏଥିରୁ କୈାଣସି ଖାସ୍ ଫରକ ପଡ଼ିଲା ନାହିଁ ଖାସ କାରି ଲୋକପ୍ରିୟତାରେ ମଧ୍ୟ। କାରଣ ଏବେ ଟିକ୍ ଟକ୍ ଆପ୍ ଆପଲ ଆପ୍ ଷ୍ଟୋରର ଫ୍ରି କ୍ୟାଟେଗରୀ ଆପରେ ପୁଣି ଥରେ ଉପରେ ଆସି ଯାଇଛି। ଅର୍ଥାତ୍ ଗ୍ରାହକଙ୍କ ପ୍ରତି ମଧ୍ୟ ବ୍ୟାନର କୈାଣସି ପ୍ରଭାବ ପଡ଼ିନାହିଁ ଏବଂ ଏବେ ମଧ୍ୟ ଏହାକୁ ଲୋକେ ଡାଉନଲୋଡ୍ କରୁଛନ୍ତି ଯେପରି ପୂର୍ବରୁ କରୁଥିଲେ।

ବ୍ୟାନ୍ ପରେ କମ୍ପାନୀ ଅଧିକ ଉତ୍ସାହିତ ହୋଇଯାଇଛି ଏବଂ ଗ୍ରାହକଙ୍କୁ ହ୍ୟାଶଟ୍ୟାଗ୍ କରିବା ପରେ ଲକ୍ଷେ ଟଙ୍କାର ଉପହାର ଦେବାର ଦାବି କରୁଛି। ଭାଗ୍ୟଶାଳୀ ବିଜେତାଙ୍କୁ ପ୍ରତି ଦିନ ଲକ୍ଷେ ଟଙ୍କାର ଉପହାର ​‌ଦେବାର ଘୋଷଣା କରାଯାଇଛି।

ଟିକ୍ ଟକ୍ ତରଫରୁ କୁହାଯାଇଛି ଯେ ଏହି ଆପକୁ ଭାରତର ୨୦୦ମିଲିୟନ ଗ୍ରାହକଙ୍କଠୁ ଅଧିକ  ଭଲ ରେସପନ୍ସ,ସପୋର୍ଟ ଏବଂ ଭଲ ପାଇବା ମିଳିଛି।

ଏହି ଆପ୍ ଲୋକଙ୍କୁ return of tik tok ର ହ୍ୟାଶଟ୍ୟାଗ୍ ବ୍ୟବହାର କରିବାକୁ କହୁଛି ଏବଂ ଏପରି କରିଲେ ଲକ୍ଷେ ଟଙ୍କାର ଉପହାର ମିଳିବ। ମାଡ୍ରାସ ହାଇ କୋର୍ଟର ମଦୁରାଇ ବେଞ୍ଚ ଏହି ଟିକଟକ୍  ଆପ୍ ପ୍ରତି ବ୍ୟାନ୍ ଲଗାଇବାର ଆଦେଶ ଜାରି କରିଥିଲା ଏବଂ ଗୁଗଲ ଏବଂ ଆପଲକୁ ଚିଠି ଲେଖି ଏହା ଡାଉନଲୋଡ କରିବା ଉପରେ କଟକଣା ଲଗାଇଥିଲା। କିନ୍ତୁ ପରେ କିଛି ଶର୍ତ ସହ ଟିକ୍ ଟକ୍ ଉପରେ ବ୍ୟାନ୍ ହଟାଇ ଦିଆଗଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.