ଭୋଜିରେ ଉପସ୍ଥିତ ଥିଲେ ବହୁ ସଂଖ୍ୟାରେ ଅତିଥି, ଫାଇନ୍ ସହ ୪ ଜଣଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | July 09, 2021 IST

ଭଦ୍ରକ ୯।୭: କରୋନା ମହାମାରୀ ସଂକ୍ରମଣକୁ ଦେଖି ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିଛି । କୋଭିଡ୍ ନିୟମ ମାନିବାକୁ ବାରମ୍ବାର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି । ମାତ୍ର କିଛି ଅମାନିଆ ଏହାକୁ ଉଲଂଘନ କରୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଭଦ୍ରକ ଜିଲ୍ଲା ତିହିଡିରେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଜରିମନା ଆଦାୟ କରାଯାଇଛି । ବିବାହ ଘରର ଚତୁର୍ଥୀ ଭୋଜି ବେଳେ କୋଭିଡ୍ ନିୟମ ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ପହଞ୍ଚି ୩୦ ହଜାର ଟଙ୍କା ଜରିମନା ଆଦାୟ କରିଛନ୍ତି । ଏହାସହ ୪ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । ଏହାପରେ ତିହିଡି ପୋଲିସ ତଦନ୍ତ ଆରମ୍ଭ କରିଛି । ଚତୁର୍ଥୀ ଭୋଜି ଚାଲିଥିବା ବେଳେ ବହୁ ସଂଖ୍ୟାରେ ଅତିଥି ଉପସ୍ଥିତ ଥିଲେ। ଖବର ପାଇ ସେଠାରେ ତହସିଲଦାର ପହଞ୍ଚିଥିଲେ । ଅଧାରୁ ଭୋଜି ବନ୍ଦ କରି ଜରିମନା ଆଦାୟ କରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.