ତିହିଡି ଲିକର ଟ୍ରାଜେଡି: ବ୍ରାଣ୍ଡେଡ୍ ବୋତଲରେ ନକଲି ମଦ ଦିଆଯାଇଥିବା ମାନିଲେ ସରକାର, ନିର୍ବାଚନ ସମୟରେ ମଦ ଦୋକାନ ସିଲ ଥିବାବେଳେ କିଏ ଦେଲା ମଦ ?

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର ୧|୫: ଭଦ୍ରକରେ ମଦ ମୃତ୍ୟୁକୁ ନେଇ ରାଜନୀତି ସରଗରମ। ଏପଟେ ସରକାର ମାନିଛନ୍ତି ବିଷାକ୍ତ ମଦ ହିଁ ଜୀବନ ନେଇଛି । ବ୍ରାଣ୍ଡେଡ୍ ବୋତଲରେ ଦିଆଯାଇଛି ନକଲି ମଦ । ଯେଉଁଥିପାଇଁ ୫ ଜଣଙ୍କର ଜୀବନ ଯାଇଥିବା ସରକାର ମାନିଛନ୍ତି । ଏପଟେ ନିର୍ବାଚନ ସମୟରେ ମଦ ଦୋକାନ ସିଲ ଥିବାବେଳେ କିଏ ମଦ ଦେଲା ତାଙ୍କୁ ଗଣ୍ଠି କରିଛନ୍ତି ରାଜନେତା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି କଂଗ୍ରେସ ଓ ବିଜେପି…

{"id":109616}


ବ୍ରାଣ୍ଡେଡ୍ ବୋତଲରେ ନକଲି ମଦ। ଏହି ମଦ ପିଇ ୯ ନୁହେଁ ୫ ଜଣଙ୍କର ଜୀବନ ଯାଇଥିବା ରାଜ୍ୟ ସରକାର ମାନିଛନ୍ତି । ସେହିଭଲି ୪୪ ଜଣ ଅସୁସ୍ଥ ରହିଥିବା ଅବକାରୀ ସଚିବ ସୂଚନା ଦେଇଛନ୍ତି । ମଦର ନମୁନା ସଂଗ୍ରହ କରାଯାଇ ଲାବ୍ରୋଟାରୀକୁ ପଠାଯାଇଛି। ପୋଷ୍ଟମର୍ଟମ ରିର୍ପୋଟ ଆସିବା ପରେ ମଦ ମୃତ୍ୟୁର ପ୍ରକୃତ କାରଣ କଣ ବୋଲି ଜଣାପଡିବ ବୋଲି ଅବକାରୀ ସଚିବ କହିଛନ୍ତି ।

{"id":109617}


ନିର୍ବାଚନ ସରିଥିଲେ ମଧ୍ୟ ମଦ ମୃତ୍ୟୁକୁ ନେଇ ଜୋର ଧରିଛି ରାଜନୀତି ।ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ନିର୍ବାଚନ ସମୟରେ ମଦ ଦୋକାନ ସିଲ ଥିବାବେଳେ କେଉଁଠୁ ଏ ମଦ ଆସିଲା ?

{"id":109620}

ଏହାକୁ କିଏ ପିଇବାକୁ ଦେଲା ? ତାଙ୍କୁ ନେଇ ବି‌ଜେପି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି। ତେଣୁ ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଂଗ୍ରେସ। ଏପଟେ ବିଜେପି ଘଟଣା ସ୍ଥଳ ପରିଦର୍ଶନ କରିଛି।

{"id":109618}


ନିର୍ବାଚନ ସମୟରେ ମଦ ପିଇ ମୃତ୍ୟୁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସବୁଆଡେ ମଦ ବିକ୍ରି ବନ୍ଦ ଥିବାବେଳେ ଲୋକଙ୍କୁ ଆଣି କିଏ ମଦ ଦେଲା ତାର ଚେର ଖୋଜୁଛି ପୋଲିସ। ହେଲେ ଏଯାଏଁ କାର୍ପଟଦାର ପାଖରେ ପହଞ୍ଚି ପାରିନାହିଁ….

{"id":109619}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.