ତିନି ନିର୍ବାଚନମଣ୍ଡଳୀକୁ ନେଇ ତିହିଡି ବ୍ଲକ , ମୌଳିକ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲା ଜୀବନ ଜ୍ୟୋତି ସଂଗଠନ

Published By : Prameya-News7 Bureau | December 16, 2020 IST

ଭଦ୍ରକ ୧୬।୧୨: ଗୋଟିଏ ବ୍ଲକ କିନ୍ତୁ ରହିଛି ତିନି ଗୋଟି ନିର୍ବାଚନ ମଣ୍ଡଳୀ । ଯେଉଁଥି ପାଇଁ ଦିଗହରା ହୋଇଛି ବିକାଶ ଓ ହୀନମାନ୍ୟତା ଶିକାର ହୋଇଛି । ଆଉ ଏବେ ଏହି ବ୍ଲକର ବାସିନ୍ଦାଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛି ଜୀବନ ଜ୍ୟୋତି ସଂଗଠନ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କାଳୀ ପଡିଆ ଠାରେ ତିହିଡି ବ୍ଲକର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଜୀବନ ଜ୍ୟୋତି ସଂଗଠନ ବ୍ଲକର ବିଭିନ୍ନ ସମସ୍ୟା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏହି ବ୍ଲକରେ କୋର୍ଟ ପ୍ରତିଷ୍ଠା ସହ ରକ୍ତ ଭଣ୍ଡାର ଓ ଶବ ବ୍ୟବଚ୍ଛେଦ ଗୃହର ଆବଶ୍ୟକତା ରହିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଅନ୍ୟ ଏକ ସମସ୍ୟା ହୋଇଥିବା କହିଛି ସଂଗଠନ ।

ଅନ୍ୟପଟେ ତିହିଡିକୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିଣତ ଦାବି ବହୁ ପୁରୁଣା ହୋଇଥିବା ବେଳେ ଏବେ ଏହି ଦାବି ପୁଣି ମୁଣ୍ଡ ଟେକିଛି । ଆଗାମୀ ଦିନରେ ଜୀବନ ଜ୍ୟୋତି ସଂଗଠନ ତିନି ନିର୍ବାଚନମଣ୍ଡଳୀ ର ବିଧାୟକ ଙ୍କୁ ଭେଟି ତିହିଡି ବାସୀ ଙ୍କ ଦାବି ଉପସ୍ଥାପନ କରିବ । ଆଗାମୀ ଦିନ ରେ ଦାବି ପୂରଣ ନହେଲେ ଗଣତାନ୍ତ୍ରିକ ଉପାୟ ରେ ଦାବି ହାସଲ ପାଇଁ ଉଦ୍ୟମ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.