କରୋନା ପୀଡିତାଙ୍କୁ ଦୁଷ୍କର୍ମ : ତିହାର ଜେଲରେ ହେଲା ଅଭିଯୁକ୍ତର କରୋନା ଟେଷ୍ଟ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧/୦୫ : ତିହାର ଜେଲରେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଆଇସୋଲେଟ କରାଯାଇଛି | ଅଭିଯୁକ୍ତର କରୋନା ପରୀକ୍ଷା ମଧ୍ୟ କରାଯାଇଛି | ଅଭିଯୁକ୍ତ ଯେଉଁ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ସେହି ମହିଳା କରୋନାରେ ଆକ୍ରାନ୍ତ ଥିବା ଜେଲ ଅଧିକାରୀ ସୂଚନା ଦେଇଛନ୍ତି | ଏହି ଖବର ପ୍ରସାର ହେବାପରେ ଜେଲ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା | ଅଭିଯୁକ୍ତ ଯେଉଁ ସେଲରେ ରହୁଥିଲା ଟ ସହ ଅନ୍ୟ ଦୁଇ ଜଣ ମଧ୍ୟ ବନ୍ଦୀ ଥିଲେ | ସେମାନଙ୍କୁ ଅଲଗା କରାଯାଇଛି | ମାମଲା ଜେଲ-୨ ବୋଲି ଜଣାପଡିଛି |

ତିହାର ଜେଲ ପ୍ରଶାସନଙ୍କ କହିବାନୁଯାୟୀ, ଜେଲକୁ ଆସିଥିବା ସମସ୍ତ ନୂଆ କଏଦୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନରେ ରଖାଯାଉଛି | ସେଥିପାଇଁ ଚିନ୍ତା କରିବାର କିଛି ନାହିଁ ବୋଲି ଡିଜି କହିଛନ୍ତି | ଜେଲ ନମ୍ବର ୨ ରେ ବିହାରର ବାହୁବଳୀ ମାଫିଆ ଡନ ସାହାବୁଦ୍ଦିନ ଓ ଅଣ୍ଡରୱାର୍ଲଡ ଡନ ଛୋଟା ରାଜନ ମଧ୍ୟ ବନ୍ଦୀ ଅଛନ୍ତି | କିନ୍ତୁ ଜେଲରେ ଏମାନଙ୍କ ସେଲ ଅଲଗା ରହିଛି | ଏମାନେ କାହା ସମ୍ପର୍କରେ ଆସି ନାହାନ୍ତି | 

ତିହାର ଜେଲରେ ବନ୍ଦୀ ଥିବା ୫୪ ବିଦେଶୀ ମହିଳା କଏଦୀ ପେରୋଲ ସର୍ତ୍ତକୁ ସହଜ କରିବା ପାଇଁ ଦାବି କରିଛନ୍ତି | କରୋନା ଭାଇରସକୁ ଦୃଷ୍ଟିରେ ରଖି ଏହିଭଳି ଦାବି କରାଯାଇଛି | ଏ ସମ୍ବନ୍ଧରେ ୫୪ ମହିଳା କଏଦୀ ହାଇ ପାୱାର କମିଟି ଏଚପିସିକୁ ପତ୍ର ଲେଖିଛନ୍ତି | ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏହି କମିଟି ଗଠିତ ହୋଇଥିଲା | ପତ୍ରରେ କୁହାଯାଇଛି ଯେ, କୋଭିଡ-୧୯ ଆସିବା ପରେ ଭାରତୀୟ କଏଦୀଙ୍କ ପାଇଁ ପେରୋଲ ଏବଂ ଅନ୍ତରୀଣ ଜାମିନ ମାନଦଣ୍ଡ ସହଜ କରିଦିଆଯାଇଛି | କିନ୍ତୁ ବିଦେଶୀ ନାଗରିକଙ୍କ ପାଇଁ କରାଯାଇନାହିଁ | 

ବିଦେଶୀ ମହିଳା କଏଦୀ ଚିଠିରେ କହିଛନ୍ତି ଯେ, ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ସହ ଭେଦଭାବ କରାଯିବ ଅନୁଚିତ  ପେରୋଲ, ଅନ୍ତରୀଣ ଜାମିନର ଲାଭ ତାଙ୍କୁ ମଧ୍ୟ ଦିଆଯାଇପାରିବ | ସେମାନେ ମଧ୍ୟ ମଣିଷ ଏବଂ ତାଙ୍କୁ ବି କୋଭିଡ-୧୯ ମହାମାରୀ ହେବାର ବିପଦ ରହିଛି | ଏହି ଆବେଦନ ପତ୍ର ଜଷ୍ଟିସ ହେମା କୋହଲିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ହାଇ ପାୱାର କମିଟିକୁ ପଠାଇ ଦିଆଯାଇଛି |

ଦିଲ୍ଲୀ ସ୍ଥିତ ତିହାର ଜେଲରେ କଏଦୀ କୋଭିଡ-୧୯ କୁ ହରାଇବା ପାଇଁ ପୁରା ଯୋଗଦାନ ଦେଉଛନ୍ତି | ଦାୟିତ୍ୱରେ ଥିବା ପୋଲିସଙ୍କ ପାଇଁ କଏଦୀ ସାନିଟାଇଜର ମଧ୍ୟ ତିଆରି କରୁଛନ୍ତି | କଏଦୀ ବର୍ତ୍ତମାନ ସୁଦ୍ଧା ୨ ହଜାର ଲିଟରରୁ ଅଧିକ ସାନିଟାଇଜର ତିଆରି କରିସାରିଛନ୍ତି | ଦିଲ୍ଲୀ ପୋଲିସର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି ଯେ, କରୋନା ବିରୋଧରେ ଫିଲ୍ଡରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଉଚ୍ଚମାନର ମାସ୍କ ଓ ସାନିଟାଇଜର ଆବଶ୍ୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.