୪ନିର୍ଭୟା ଦୋଷୀଙ୍କ ଫାଶୀ ଲାଗି କୋର୍ଟକୁ ଯିବେ ତିହାର କର୍ତ୍ତୃପକ୍ଷ

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ନିର୍ଭୟା ଅପରାଧୀଙ୍କ ୧ ଫେବୃଆରୀ ଦଣ୍ଡ ବିଧାନ ଉପରେ ଶୁକ୍ରବାର କୋର୍ଟ ରୋକ୍ ଲଗାଇଛନ୍ତି। ଏଣୁ ମାମଲାର ୪ ଅପରାଧୀଙ୍କ ଦଣ୍ଡ ପାଳନ ନିମନ୍ତେ ନୂଆ ତିଥି ନିର୍ଦ୍ଧାରଣ ଲାଗି ତିହାର କର୍ତ୍ତୃପକ୍ଷ କୋର୍ଟରେ ସାନି ଆବେଦନ କରିବେ ବୋଲି ଜଣାପଡିଛି। ଏଥିଲାଗି ଜେଲ କର୍ତ୍ତୃପକ୍ଷ ପାଟିଆଲା ହାଉସ୍ କୋର୍ଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଥିବା ଶନିବାର ଗଣମାଧ୍ୟକୁ ସୂଚିତ କରିଛନ୍ତି।

{"id":218697,"sizeSlug":"large"}

ଶୁକ୍ରବାର କୋର୍ଟ ୪ ଜଣଙ୍କ ଦଣ୍ଡ କାର୍ଯ୍ୟକାରୀ କରିବାକୁ ନୂଆ ୱାରେଣ୍ଟ ଜାରି କରିନଥିଲେ। ଏହାର ପୂର୍ବଦିନ ଅର୍ଥାତ ଗୁରୁବାର ମାମଲାର ଅନ୍ୟତମ ଅପରାଧୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ କରିଥିବା କ୍ଷମା ନିବେଦନ ଅଗ୍ରାହ୍ୟ ହୋଇଯାଇଥିଲା। ତେବେ କୋର୍ଟ  ଅକ୍ଷୟ, ବିନୟ, ମୁକେଶ ସିଂହ ଓ ପବନ କୁମାର ଗୁପ୍ତାଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। ଦଣ୍ଡ ଶୁଣାଣି ବେଳେ ଫାଷ୍ଟ ଟ୍ରାକ୍ କୋର୍ଟ ଅପରାଧୀଙ୍କୁ ଦଣ୍ଡାଦେଶର ବର୍ଷକ ମଧ୍ୟରେ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

{"id":218699,"sizeSlug":"large"}

୨୦୧୨ ମସିହାର ଏହି ମାମଲାରେ ଦିଲ୍ଲୀ କୋର୍ଟ ୭ ଜାନୁୟାରୀ ୨୦୨୦ରେ ପ୍ରଥମ ଡେଥ ୱାରେଣ୍ଟ ଜାରି କରିଥିଲେ। ତେବେ ପ୍ରଥମ ୱାରେଣ୍ଟ ପରଠାରୁ ଇତିମଧ୍ୟରେ ୨ ଥର ଦଣ୍ଡ ଟଳିଲାଣି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେଦଣ୍ଡ ପାଳନ ହେବ। ସେହି ଅନୁସାରେ ଅପରାଧୀଙ୍କ ଲାଗି ସମସ୍ତ ଆଇନଗତ ବିକଳ୍ପ ଶେଷ ହେବା ସହ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ନିବେଦନ ଅଗ୍ରାହ୍ୟ ହେବାର ୧୪ ଦିନ ପରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ତେବେ ଅଭିଯୁକ୍ତମାନେ ଜଣକା ପରେ ଜଣେ ଆବେଦନ କରିବା ଏବେ ଦଣ୍ଡ ପାଳନର ନିର୍ଦ୍ଧିଷ୍ଟ ଦିନକୁ ନେଇ ଅନିଶ୍ଚିତତା ସୃଷ୍ଟି କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.