ନୂଆଦିଲ୍ଲୀ ୧୪।୧: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୨ ଦୋଷୀ ମୁକେଶ ଓ ବିନୟଙ୍କ କ୍ୟୁରେଟିଭ ପିଟିସନ ମଙ୍ଗଳବାର ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏଣୁ ନିର୍ଭୟା କାଣ୍ଡର ୪ ଦୋଷୀଙ୍କ ଦଣ୍ଡବିଧାନ ଏବେ ଏକପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ ତିହାରର ସବୁ ଅନ୍ତେବାସୀଙ୍କୁ ଏହି ଖବର ମିଳିସାରିଲାଣି। ତେବେ ଏହି ସୂଚନାରେ ଜେଲର ଡନ ବାରାକ୍ ଭାବେ ଜଣାଶୁଣା ହାଇସିକ୍ୟୁରିଟି ସେଲର ଅନ୍ତେବାସୀଙ୍କ ମଧ୍ୟରେ ଏବେ ଆତଙ୍କ ଖେଳିଯାଇଛି।
{"id":211262,"width":582,"height":378,"sizeSlug":"large"}ନିର୍ଭୟା ଅପରାଧୀମାନେ ଜେଲନମ୍ବର ୨ର କସୁରୀ ସେଲରେ ଏବେ ଅବସ୍ଥାନ କରୁଛନ୍ତି। ଏହାର ମାତ୍ର କିଛି ମିଟର ଦୂରରେ ରହିଛି ହାଇ ସିକ୍ୟୁରିଟି ସେଲ, ଯେଉଁଠି ମୁମ୍ବାଇ ଅଣ୍ଡରୱାର୍ଲଡ ଡନ ରାଜେନ୍ଦ୍ର ଶଦାଶିବ ନିଖଲଜେ ଓରଫ ଛୋଟା ରାଜନ, ଆରଜେଡିର ପୂର୍ବତନ ବାହୁବଳୀ ସାଂସଦ ମହମ୍ମଦ ଶାହବୁଦ୍ଦିନ ଓ ଦିଲ୍ଲୀ ଗ୍ୟାଙ୍ଗଷ୍ଚର ନିରଜ ବବାନା ଓରଫ ନିରଜ ସହରାବତ ରହୁଛନ୍ତି। ଜେଲର ଏହି ସେଲକୁ ଡନ ବାରାକ୍ ବୋଲି କୁହାଯାଉଛି। ହେଲେ ଏଠାରେ ଅବସ୍ଥାନ କରୁଥିବା ଛୋଟା ରାଜନ, ବବାନାକି ଶାହାବୁଦ୍ଦିନଙ୍କୁ ଆଖପାଖରେ ନିର୍ଭୟା ଦୋଷୀ ରହୁଥିବା କଥା ଜାଣିନଥିଲା। ହେଲେ ଏବେ ଜାଣିବା ପରେ ସେମାନଙ୍କର ଟିକିନିଖି ଖବର ରଖୁଛନ୍ତି।
{"id":211263,"width":578,"height":434,"sizeSlug":"large"}ତେବେ ନିର୍ଭୟା ଅପରାଧୀ କ୍ଷମାଯୋଗ୍ୟ ନୁହଁନ୍ତି ବୋଲି ଛୋଟାରାଜନ ସମେତ ବବାନା ଓ ସାହାବୁଦ୍ଦିନ ବି କହୁଛନ୍ତି, ହେଲେ ସେମାନଙ୍କର ମୃତ୍ୟୁଦଣ୍ଡକୁ ନେଇ ନିଜେ ଅଜଣା ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି। ନିର୍ଭୟା ଅପରାଧୀଙ୍କ ଦଣ୍ଡବିଧାନ ଲାଗି ଜେଲରେ ଚାଲିଥିବା ପ୍ରସ୍ତୁତିର ସବୁ ଖବର ଏବେ ସେମାନେ ରଖିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ଛୋଟାରାଜନ ତା ନିକଟକୁ ଯାଉଥିବା ଜେଲ କର୍ମଚାରୀଙ୍କୁ ସବୁ ପଚାରି ବୁଝୁଥିବା ବେଳେ ଆଜିକାଲି ଖବରକାଗଜ ପଢିବା ସହ ଟିଭି ଦେଖୁଥିବା ଜେଲ କର୍ମଚାରୀଙ୍କ ସୂତ୍ରରୁସୂଚନା ମିଳିଛି।
{"id":211271,"sizeSlug":"large"}କେବଳ ଛୋଟା ରାଜନ ନୁହେଁ ବବାନା ଓ ଶାହାବୁଦ୍ଦିନର ବି ଏବେ ସମାନ ଅବସ୍ଥା। ସେମାନେ ବି ନିଜନିଜ ବାଟରେ ନିର୍ଭୟା ଅପରାଧୀଙ୍କ ସୂଚନା ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି। ବିହାର ଶିୱାନର ସାଂସଦ ଶାହାବୁଦ୍ଦିନ ଅନେକ ଅପରାଧରେ ଲିପ୍ତ ଥାଇ ଏବେ ତିହାରରେ ବନ୍ଦୀ ଅଛନ୍ତି। ସେହିପରି ବବାନା ଦିଲ୍ଲୀକୁ ଆତଙ୍କିତ କରିରଖିଥିଲା। ହେଲେ ନିଜ ପାଖ ସେଲରେ ରହୁଥିବା ଅପରାଧୀଙ୍କୁ ତାଙ୍କ ଅପରାଧ ଲାଗି ସଜା ହେବାକୁ ଯାଉଥିବା ବେଳେ ସେମାନେ ବି ଶିହରି ଉଠିଛନ୍ତି।
{"id":211267,"sizeSlug":"large"}