ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପାଇଁ ପଟିଆଲ କୋର୍ଟରେ ପହଞ୍ଚିଲେ ତିହାର ପ୍ରଶାସନ

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ୬/୨: ନିର୍ଭୟା ଦୋଷୀଙ୍କ ଫାଶୀକୁ ନେଇ ପୁରା ଦେଶବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ନିର୍ଭୟା ଦୋଷୀମାନେ ଫାଶୀ ପାଇବେ କି ନାହିଁ, କେଉଁ ତାରିଖରେ ଫାଶୀ ପାଇବେ, ଫେବୃଆରୀ ମାସରେ ଦୋଷୀଙ୍କୁ ଫାଶୀ ଦିଆଯିବ ତ, ଚାରି ଦୋଷୀ ଏକକାଳୀନ ଫାଶୀ ପାଇବେ ତ। ଏହିଭଳି ଅନେକ ପ୍ରଶ୍ନ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି। ତେବେ ଗୁରୁବାର ଅର୍ଥାତ ଆଜି ନିର୍ଭୟା ମାମଲାର ତିନି ଦୋଷୀଙ୍କ ଆଇନଗତ ସବୁ ବିକଳ୍ପ ଶେଷ ହେବା ପରେ ତିହାର ପ୍ରଶାସନ ପଟିଆଲ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି ପାଇଁ ତିହାର ପ୍ରଶାସନ ଅନୁରୋଧ କରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1225328699395805184?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1225328699395805184?s=20
/wp:core-embed/twitter

ଜେଲର ପ୍ରଶାସନର ,ଏହି ପିଟିସନ ଉପରେ ଅଦାଲତ ଦୋଷୀ ସମେତ ସମସ୍ତ ପକ୍ଷର ରାୟ ମାଗିଛନ୍ତି। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରାଯିବ।

ତେବେ ବୁଧବାର ଦିଲ୍ଲୀ ହାଇକୋର୍ଟ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଥିଲେ। ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ କରିଥିବା ଆବେଦନକୁ ଦିଲ୍ଳୀ ହାଇକୋର୍ଟ ଖାରଜ କରି ଦେଇଥିଲେ। ମାମଲାର ଅଲଗା ଅଲଗା ବିଚାର କିମ୍ବା ଅଲଗା ଅଲଗା ଫାଶୀ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ସବୁ ନ୍ୟୟିକ ବିକଳ୍ପ ଶେଷ କରିବାକୁ କୋର୍ଟ ଦୋଷୀଙ୍କୁ ୭ ଦିନର ମହଲତ ଦେଇଛନ୍ତି।

ନିର୍ଭୟା ଦୋଷୀଙ୍କୁ ସପ୍ତାହେ ମହଲତ । ୪ ଦୋଷୀଙ୍କୁ ସପ୍ତାହେ ମହଲତ ଦେଇଛନ୍ତି ଦିଲ୍ଳୀ ହାଇକୋର୍ଟ । ୭ ଦିନ ମଧ୍ୟରେ ସବୁ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ । ଅର୍ଥାତ୍ ଦୋଷୀଙ୍କ ନିକଟରେ ବଞ୍ଚି ରହିଥିବା ନ୍ୟାୟିକ ବିଳଳ୍ପକୁ ସେମାନେ ମାତ୍ର ୭ ଦିନ ମଧ୍ୟରେ ବ୍ୟବହାର କରିପାରିବେ। ଏଥିପାଇଁ ଆଉ ଦିନ ଗଡେଇ ପାରିବେ ନାହିଁ । କେନ୍ଦ୍ରର ତତ୍କାଳ ଫାଶୀ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇନ୍ତି । ଏହାସହ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଦୋଷୀଙ୍କୁ ପୃଥକ ଭାବେ ଫାଶୀ ଦିଆଯାଇପାରିବ ନାହିଁ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.