ବ୍ୟାଘ୍ର ପ୍ରକଳ୍ପର ସ୍ୱପ୍ନ ବିଫଳ: ବାନ୍ଧବଗଡକୁ ଫେରିଯିବ ସୁନ୍ଦରୀ

Published By : Prameya-News7 Bureau | June 12, 2020 IST

ଭୁବନେଶ୍ୱର, ୧୨|୦୬:   ମାସକ ଭିତରେ ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ । ଲକ୍‌ ଡାଉନ ପରେ ବାଘୁଣୀ ସୁନ୍ଦରୀ ବାନ୍ଧବଗଡକୁ ଫେରିଯିବବାଘୁଣୀ ସୁନ୍ଦରୀ ସଂପର୍କରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ, ଏନଟିସିଏ ଉଭୟ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ଦ୍ବତୀୟ ନୋଟିସ କରିଛନ୍ତି । ଗତ ଡିସେମ୍ବର ମାସରେ ବାଘୁଣୀକୁ ଫେରାଇ ଦେବାକୁ ଓଡ଼ିଶା ସରକାରଙ୍କୁ ପ୍ରଥମେ ନୋଟିସ୍ କରିଥିଲେ ଏନଟିସିଏ । ପରେ ରାଜ୍ୟ ସରକାର ମଧ୍ୟ ପ୍ରଦେଶ ସରକାରଙ୍କୁ ଚିଠି ଲେଖି ସାତକୋଶିଆରୁ ବାଘୁଣୀକୁ ନେଇଯିବାକୁ କହିଥିଲେ । ସେବେଠୁ କିନ୍ତୁ ସାତକୋଶିଆ ଏନକ୍ଲୋଜରରେ ରହିଛି ସୁନ୍ଦରୀ ।

{"id":285271,"width":745,"height":425,"sizeSlug":"large"}

ତେବେ ସୁନ୍ଦରୀକୁ ଆଣି ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଯେଉଁ ସ୍ବପ୍ନ ଥିଲା ତାହା ବିଫଳ ହୋଇଥିବା କହିଛନ୍ତି ପୂର୍ବତନ ପିସିସିଏଫ । ଦେଢ ବର୍ଷ ହେବ ଏନକ୍ଲୋଜରରେ ରହିବା ଫଳରେ ଜଙ୍ଗଲୀ ପ୍ରକୃତି ହରାଇ ପୋଷା ଭଳି ହୋଇଗଲାଣି ବାଘୁଣୀ ।  କାରଣ ଏନଟିସିଏ ଗାଇଡ୍ ଲାଇନ ଅନୁଯାୟୀ ଏନକ୍ଲୋଜର ପରିସୀମା ବୃଦ୍ଧି କରାଯାଇନି । ସାତକୋଶିଆ କର୍ତ୍ତୃପକ୍ଷଙ୍କ ଅପାରଗତା ପାଇଁ ଏବେ ବାଘୁଣୀ ଫେରିଯିବ ମଧ୍ୟପ୍ରଦେଶ । ସୁନ୍ଦରୀ ପାଇଁ ପ୍ରାୟ ୧୦ କୋଟି ଟଙ୍କା ପାଣିରେ ପଡିଥିବା ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ କହିଛନ୍ତି ।

{"id":285274,"width":752,"height":450,"sizeSlug":"large"}

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ସଂଖ୍ୟା ବୃଦ୍ଧି କରିବାକୁ ୨୦୧୭ ସେପ୍ଟେମ୍ବର ୧ ତାରିଖରେ ଏନ୍.ଟି.ସି.ଏ ବୈଠକରେ ନିଷ୍ପତ୍ତି ହୋଇଥିଲା । ୨୦୧୮ ଜୁଲାଇ ୬ ରେ ୩ ବର୍ଷର ମହାବୀର ନାମକ ଏକ ମହାବଳ ଏବଂ ୨୦୧୮ ଅଗଷ୍ଟ ୧୭ରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା । ମଣିଷ ମାରିବା ଅଭିଯୋଗ ପରେ ୨୦୧୮ ନଭେମ୍ବର ୬ ତାରିଖରେ ବାଘୁଣୀକୁ ଜଂଗଲରୁ ଏନକ୍ଲୋଜରକୁ ଅଣାଗଲା । ସେହିଦିନଠୁ  ଏନକ୍ଲୋଜରରେ ରହିଆସୁଛି ବାଘୁଣୀ । ବାଘୁଣୀ ସୁନ୍ଦରୀ ଧରା ହେବାର ୮ ଦିନ ପରେ ଅର୍ଥାତ୍ ନଭେମ୍ବର ୧୪ ତାରିଖରେ ମହାବୀରର ମୃତଦେହ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.