ଖୁବ ହଲାପଟା କଲାଣି ସୁନ୍ଦରୀ ; ସଂଧ୍ୟା ସୁଦ୍ଧା ସୁନ୍ଦରୀକୁ କାବୁ କରିବାକୁ ଯୋଜନା

Published By : Prameya-News7 Bureau | October 23, 2018 IST

ଅନୁଗୁଳ ୨୩/୧୦ :  ଖୁବ ହଲାପଟା କଲାଣି ସୁନ୍ଦରୀ । ସୁନ୍ଦରୀକୁ କାବୁ କରିବା ଲାଗି  ଜୋରଦାର ପ୍ରୟାସ ଜାରି ରହିଛି । ବିଶେଷଜ୍ଞଙ୍କ ସହ ଟ୍ରାଙ୍କୁଲାଇଜ୍ ଟିମ୍ , ବନ ବିଭାଗର ଟିମ୍‌ ସୁନ୍ଦରୀ ଉପରେ ଲଗାତର ନଜର  ରଖିଛନ୍ତି । ଟ୍ରାଙ୍କୁଲାଇଜିଂ ଟିମ୍ ଛକିକି ରହିଛନ୍ତି। ସମୟ ଦେଖି କାବୁ କରାଯିବ।  କୋଠଭୂଇଁ ପଞ୍ଚାୟତ କୁମୁରି ଗାଁ ନିକଟରେ ଚାଲିଛି ଅପରେସନ । ଓୟୁଏଟିର ଗୋଟିଏ ଓ ନନ୍ଦନକାନନର ୩ ଟି ଟିମ୍ କୁମୁରୀ ଗାଁରେ ଡେରା ପକାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି  ଟିମ୍ ରେ ୬ ଜଣିଆ ସଦସ୍ୟ।  ସୁନ୍ଦରୀକୁ ଟ୍ରେସ୍‌ କରାଯାଇଛି । ସୁବିଧା ଦେଖି ଟ୍ରାଙ୍କୁଲାଇଜ୍ କରାଯିବ । ଏଥିପାଇଁ କୁମୁରି ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ବି କରାଯାଇଛି । ଲୋକଙ୍କୁ ବାହାରକୁ ନବାହାରିବା କୁହାଯାଇଥିବା  ବେଳେ ଗାଁ ଲୋକଙ୍କ ସହାୟତା ବି ନେଉଛି ବନ ବିଭାଗ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜିଂ କରାଯାଇ ରାଇଗଡ଼ ଏନକ୍ଲୋଜରକୁ ଆଣାଯିବ । ସେଠାରେ ତା ଗତିବିଧି  ଅନୁଧ୍ୟାନ କରାଯିବ । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ବନ୍ୟପ୍ରାଣୀ ସଂସ୍ଥାନ ସହ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପିସିସିଏଫ୍‌ କହିଛନ୍ତି । ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି ସାତକୋଶିଆ ବାହାରକୁ ନେବାକୁ ଅନୁଗୋଳ ଜିଲ୍ଲାପାଳ  ଜଙ୍ଗଲ ଓ ପରିବେଶ ବିଭାଗକୁ ଚିଠି ଲେଖିଥିଲେ । ତେଣୁ ସେହି ଅନୁସାରେ ଜଙ୍ଗଲ ବିଭାଗ କାମ କରୁଛି । ସଂଧ୍ୟା ସୁଦ୍ଧା ସୁନ୍ଦରୀକୁ କାବୁ କରିବାକୁ ଯୋଜନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.