Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଆଠମଲ୍ଲିକ ବନଖଣ୍ଡରେ ସୁନ୍ଦରୀ ଖେଳାଉଛି ଆତଙ୍କ

15/09/2018 at 12:24 PM

ଆଠମଲ୍ଲିକ ୧୫/୯ : ଅନୁଗୁଳ ଜିଲ୍ଲା ସାତକୋଶିଆ ଏନକ୍ଲୋଜରରୁ ବାହାରି ମଧ୍ୟପ୍ରଦେଶ ବାନ୍ଧବଗଡର ସୁନ୍ଦରୀ ଏବେ ଆଠମଲ୍ଲିକ ବନଖଣ୍ଡ ଧଣ୍ତାତୋପା ରେଞ୍ଜରେ ସାତଖଣ୍ଡ ଗ୍ରାମରେ ସୃଷ୍ଟି କରୁଛି ଆତଙ୍କ । ବାଘୁଣୀ ସୁନ୍ଦରୀ ଭୟରେ ଡାକ୍ତରଖାନାକୁ ନ ଯାଇପାରି ବିପ୍ରଡିହ ଗ୍ରାମର ଜଣେ ମହିଳା ସାପ କାମୁଡ଼ାରେ ମୃତ୍ୟୁ ବାରଣ କଲେ । ଗତ ବୁଧବାର ୩ ତାରିଖରୁ ବାଘୁଣୀ ଆସି ବାଛୁରି ମାରି ଖାଈଲା ପରେ ଗତ କାଲି ଫୁଣି ୩ ଗୋଟି ଗାଇକୁ ଆକ୍ରମଣ କରିଥିଲା । ଫଳରେ ସେହି ଅଂଚଳରେ ଏବେ ଭୟ ର ବାତାବରଣ ଖେଳିଯାଇଛି । ଯାହା ଫଳରେ ସାତଖଣ୍ଡ ଗ୍ରାମରେ ଦିନ ଦ୍ବିପ୍ରହରରେ ବି ତାଟି କବାଟ ପଡୁଛି । ଲୋକେ ଘରୁ ବାହାରି ବା ମୁସ୍କିଲ ହେଇଗଲାଣି । ଏପରିକି ଘର ପଛପାଖ ନାଳକୁ ଦିନରେ ଝାଡା ଯିବା କୁ ଭୟ କଲେଣି ଲୋକେ ।
ଓଡ଼ିଶାରେ ବାଘ ବଂଶ ବୃଦ୍ଧି କରିବା ଉଦେଶ୍ୟରେ ସରକାର ମଧ୍ୟପ୍ରଦେଶ ବାନ୍ଧବଗଡରୁ ବାଘ ଓ ବାଘୁଣୀ ଏକ ଯୋଡ଼ା ଆଣି ଥିଲେ । ଯାହାକୁ ଅନୁଗୁଳ ଜିଲ୍ଲା ସାତକୋଶିଆର ଏନକ୍ଲୋଜରରେ ଛଡା ଯାଇଥିଲା । ଏବେ ବାଘ ଓ ବାଘୁଣୀ ଯୋଡ଼ାରୁ ସୁନ୍ଦରୀ ସାତକୋଶିଆର ଏନକ୍ଲୋଜରରୁ ଗତ ୧୭ ତାରିଖରୁ ବାହାରି ଆଠମଲ୍ଲିକ ବନଖଣ୍ଡ ଧଣ୍ତାତୋପା ରେଞ୍ଜର ତରନଡା ,ବିପ୍ରଡିହ , କେଚୁଆନାଳି, ରଏଡା, ଜାମୁନାଳି, କଂଶାପ ,କୁରାପ ଇତ୍ୟାଦି ଗ୍ରାମ ନିକଟରେ ଭୟର ବାତାବରଣ ଖେଳାଇଛି । ବିଗତ ୬ ଦିନ ହେଲାଣି ଗ୍ରାମ ନିକଟରେ ବାଘୁଣୀ ଘୁରି ବୁଲୁଛି । ଲୋକେ ଉୟରେ ଘରୁ ବାହାରୁ ନାହାନ୍ତି । ଯାହାଫଳରେ ତାକଂର ସବୁ ଧାନ ବିଲରୁ ହାତୀ ଫସଲ ନଷ୍ଟ କରିସାରିଲାଣି । ବନବିଉାଗକୁ ଜଣାଇଲେ ବନବିଉାଗ ଘରୁ ବାହାରିବାକୁ ମନାକରୁଛନ୍ତି । ଏପରିକି ଦିନ ୪ଟା ବାଜିଲେ ଫରେଷ୍ଟ ରୋଡରେ ଜିବାର ଦେଖିଲେ ସାଇକେଲ ,ଗାଡି ଆଦି ଛାଡୁନାହାନ୍ତି । ଜେହେତୁ ଗ୍ରାମକୁ କେବଳ ପାଦ ଚଲା ଫରେଷ୍ଟ ରେଡ ହିଁ ଗୋଟିଏ ରାସ୍ତା ଲୋକେ ଅନ୍ୟତ୍ର ଯିବାର ଉୁପାୟ ନାହିଁ ଲୋକେ ବାଧ୍ୟ ହୋଇ ବନବିଉାଗ କଥା ଅନୁସାରେ ଚଳୁଛନ୍ତି । ଗ୍ରାମ ଗୁଡିକରେ ସାଧାରଣ ସୁବିଧା ପାଣି ଠାରୁ ଆରମ୍ଭ କରି ବିଜୁଳି, ମୋବାଇଲ ସେବା ନାହିଁ ଏପରିକି ଯିବା ଆସିବା ପାଇଁ ରାସ୍ତା ବିନାହିଁ । କେବଳ ଅଛି ପାଦ ଚଲା ରାସ୍ତା । ଏପରି ଅବସ୍ଥାରେ ଗାଁକୁ ବାଘୁଣୀ ଆସିଲେ ଖବର ଯାଇ ଦିନକ ପରେ କେହି ଠାକୁରଗଡ ୩୦ କିଲୋମିଟର ଆସିଲେ ଜାଇ ମିଳୁଛି ଗ୍ରାମବାସୀ ବୈଷ୍ଣବ କୁମାର ବିଶ୍ୱାଳ ।
ଅପରପକ୍ଷରେ ବନବିଭାଗ ତରଫରୁ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟକୁ ନେବାପାଇଁ ଦାବି ହେଉଛି । ଉୟରେ ସ୍କୁଲକୁ ପିଲା ଆସୁ ନଥିବାରୁ ଶିକ୍ଷ୍ୟକ ଛୁଟି କରି ଦେଇ ଘରକୁ ଯାଉଥିବାର ଖବର ମିଳିଥିଲା ।
ଅନ୍ୟପକ୍ଷରେ ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମବାସୀ ମାନଙ୍କର ସୁରକ୍ଷା ପ୍ରସଙ୍ଗକୁ ଧ୍ୟାନ ନଦେଇ ଏଭଳି ବ୍ୟାଘ୍ର ପ୍ରକଳ୍ପ କରାଯାଇ ଥିବାରୁ ଜନ ସାଧାରଣ ତରଫରୁ ଏହା ବିରୁଦ୍ଧରେ ତିବ୍ର ପ୍ରତିକ୍ରୀୟ ଦେଖିବାକୁ ବମିଳୁଛି । ଯାହାକି ଆଗାମୀ ଦିନରେ ଏକ ବଡ ଧରଣର ଜନ ଆନ୍ଦୋଳନ ରୂପ ନେବ ବୋଲି ଅନୁମାନ କରାଯାଉୁଛି ।

   Related Posts