ବାନ୍ଧବଗଡ ବାହୁଡିବ ବାଘୁଣୀ ସୁନ୍ଦରୀ – ଓଡ଼ିଶାରେ ବାଘ୍ର ପ୍ରକଳ୍ପକୁ ଝଟକା

Published By : Prameya-News7 Bureau | December 20, 2019 IST

ଭୁବନେଶ୍ବର ୨୦।୧୨ - ଫେଲ ମାରିଲା ଓଡ଼ିଶାରେ ମହାବଳ ବାଘ ବଂଶ ବିସ୍ତାର ଯୋଜନା। ୨୦୦୨ରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ଥିଲା ୧୩୨। ମାତ୍ର, ୧୬ ବର୍ଷରେ ୨୦୧୮ରେ ଏହା ମାତ୍ର ୨୮କୁ ଖସି ଆସିଥିଲା  କିନ୍ତୁ କାହିଁକି ବଢୁନି ରାଜ୍ୟରେ ବାଘ ସଂଖ୍ୟା । ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଉ ତର୍ଜମା ।

ବହୁ ଆଡମ୍ବରରେ ୨୦୧୭ରେ ସାତକୋଶିଆ ଜାତୀୟ ଉଦ୍ୟାନକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିଲା ମହାବଳ ବାଘ ମହାବୀର। ଆଉ ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିଲା ବାଘୁଣୀ ସୁନ୍ଦରୀ । ତେବେ ୨୦୧୮ ନଭେମ୍ବରରେ ଶିକାରୀ ଜାଲରେ ପଡି ଅସମୟରେ ଆରପାରିକୁ ଚାଲିଗଲା ମହାବୀର। ଆଉ ଦୁଇଟି ମଣିଷ ମାରିବା ଅଭିଯୋଗ ପରେ, ବାଘୁଣୀ ସୁନ୍ଦରୀ ସଢୁଛି ଏନକ୍ଲୋଜରରେ। ତେବେ ସାତକୋଶିଆର ରାଇଗୁଡ଼ାରେ ସୁନ୍ଦରୀକୁ ରଖାଯାଇଥିବା ଏନକ୍ଲୋଜରକୁ ଦୁଇ ଏକରରୁ ୨୫ ଏକରକୁ ସମ୍ପ୍ରସାରଣ କରିବା ପାଇଁ ପ୍ରସ୍ତାବ ରହିଥିଲେ ବି ତାହା ହୋଇପାରିଲା ନାହିଁ ।

{"id":200296,"sizeSlug":"large"}

ତେଣୁ, ତୁରନ୍ତ ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ଦେବାକୁ ଏନ୍‌ଟିସିଏ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। କିନ୍ତୁ କାହିଁକି ଓଡିଶାରେ ବଢୁନି ବାଘ ସଂଖ୍ୟା ?  ସରକାରୀ ତଥ୍ୟ କହୁଛି ୨୦୦୨ରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ଥିଲା ୧୩୨। ଆଉ ୨୦୧୮ରେ ଏହା ୨୮କୁ ଖସି ଆସିଲା। ଏବେ ଏହି ସଂଖ୍ୟା ଖସିଆସି୨୫ ପାଖାପାଖି ପହଞ୍ଚିଲାଣି ।

{"id":200297,"sizeSlug":"large"}

ବାଘ ବଢିଲେ ଜଙ୍ଗଲ ବଢିବ, ପରିବେଶ ସନ୍ତୁଳନ ରହିବ। ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ସହରୀକରଣ, ଜଙ୍ଗଲ କଟା ଏବଂ ବାଘ-ମଣିଷ ଲଢେଇ ପାଇଁ ବାଘ ସଂଖ୍ୟା ବଢୁନି। ତେବେ ସ୍ଥାନୀୟ ଲୋକଙ୍କ ସହାୟତା ବିନା, ବାଘ ସଂଖ୍ୟା ବଢାଇବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି। କିନ୍ତୁ ସୁନ୍ଦରୀ ଫେରିଗଲେ ରାଜ୍ୟରେ ବ୍ୟାଘ୍ର ବଂଶ ବିସ୍ତାର ପ୍ରକଳ୍ପ ବନ୍ଦ ହୋଇଗଲା ବୋଲି ଭାବିବା ଭୁଲ୍‌ ବୋଲି କହିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ଜଙ୍ଗଲ ମନ୍ତ୍ରୀ।   

{"id":200298,"sizeSlug":"large"}

ମହାବୀର ଏବଂ ସୁନ୍ଦରୀ ବ୍ୟତୀତ ଆଉ ଦୁଇ ଯୋଡ଼ା ମହାବଳ ବାଘ-ବାଘୁଣୀ ମଧ୍ୟପ୍ରଦେଶରୁ ଆଣି ଓଡ଼ିଶାରେ ବାଘ ସଂଖ୍ୟା ବଢାଇବା ଯୋଜନା ଥିଲା। ତେବେ, ରାଜ୍ୟରେ ଏହି ଯୋଜନା କେବେ ଏବଂ କେମିତି ପୁଣି କାର୍ଯ୍ୟକାରୀ ହେଉଛି ତାହା ଉପରେ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.