ସାତକୋଶିଆ ଅଭୟାରଣ୍ୟରୁ ମୁକ୍ତ ହେଲା ବାଘୁଣୀ ସୁନ୍ଦରୀ

Published By : Prameya-News7 Bureau | August 18, 2018 IST

ଅନୁଗୁଳ ୧୮/୮ : ସାତକୋଶିଆ ଅଭୟାରଣ୍ୟରୁ ମୁକ୍ତ ହେଲା ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ସାତକୋଶିଆକୁ ଆସିଥିବା ବାଘୁଣୀ ସୁନ୍ଦରୀକୁ ଏନକ୍ଲୋଜରରେ ରଖାଯାଇଥିଲା । ଶୁକ୍ରବାର ତାକୁ ଜଙ୍ଗଲରେ ଛଡାଯାଇଛି । ସୁନ୍ଦରୀର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ମୁକ୍ତ କରାଯାଇଛି । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ପିସିସିଏଫ୍ ସୁଦର୍ଶନ ପଣ୍ଡା କହିଛନ୍ତି । ଏହା ପୂର୍ବରୁ ମହାବଳ କାହ୍ନାକୁ ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ରେଞ୍ଜରେ ଛଡ଼ାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ମହାବଳ ବାଘ କାହ୍ନାକୁ ଅଣାଯାଇଥିଲା । ଏହା ପରେ ଜୁନ୍ ୨୮ ରେ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । କିଛି ଦିନ ଖୁଆଡ଼ରେ ରଖିବା ପରେ ପ୍ରଥମେ କାହ୍ନା ଓ ଗତକାଲି ବାଘୁଣୀ ସୁନ୍ଦରୀକୁ ଜଙ୍ଗଲକୁ ଛଡ଼ାଯାଇଛି । ସାତକେ।ଶିଆରେ ବାଘ ବଂଶ ବୃଦ୍ଧି କରିବା ପାଇଁ ଏମାନଙ୍କୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.