Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ନୟାନ୍ତ କଲାଣି ସୁନ୍ଦରୀ : ବାଘୁଣୀକୁ ଧରିବା ପାଇଁ ଆସିଲା ସ୍ବୟଂଚାଳିତ ଜନ୍ତା, ମଧ୍ୟପ୍ରଦେଶରୁ ଆସୁଛନ୍ତି ୩ଟି ବିଶେଷଜ୍ଞ ଟିମ୍

27/10/2018 at 9:27 AM

ଅନୁଗୋଳ ୨୭|୧୦: ଅନୁଗୋଳ ସାତକୋଶିଆରେ ନୟାନ୍ତ କଲାଣୀ ସୁନ୍ଦରୀ । ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ସ୍ବୟଂଚାଳିତ ଜନ୍ତା ଆସି ଯାଇଛି । ଆଜି ମଧ୍ୟପ୍ରଦେଶରୁ ୩ଟି ଟିମ୍ ଆସି ପହଞ୍ଚିବେ । ଆଜିଠାରୁ ସୁନ୍ଦରୀକୁ ଧରିବା ପାଇଁ ନୂଆ ଅଭିଯାନ ଆରମ୍ଭ ହେବ ବେ।ଲି ବନ ବିଭାଗ ସୂଚନା ଦେଇଛି । ବନ ବିଭାଗ ସୁନ୍ଦରୀକୁ ଧରିବା ପାଇଁ ଗତ ୪ ଦିନ ଧରି ଅଭିଯାନ ଚଳାଇଛି । ଜଙ୍ଗଲ ମଧ୍ୟରେ ଏକ ମଇଁଷି ବନ୍ଧାଯାଇଛି । ହେଲେ ସୁନ୍ଦରୀ ବନ ବିଭାଗର ଏହି ଜାଲରେ ପଡ଼ି ନାହିଁ । ବନ ବିଭାଗ ପାଖରେ ବାଘୁଣୀ ଉପରେ ନଜର ରଖିବା ପାଇଁ ଆବଶ୍ୟକ ତାଲିମପ୍ରାପ୍ତ ହାତୀ ସାତକେ।ଶିଆରେ ନାହାନ୍ତି । ଫଳରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ସହଜ ହେଉନାହିଁ । ବନ ବିଭାଗ ସମସ୍ତ କୌଶଳ ସୁନ୍ଦରୀ ପାଖରେ ଫେଲ୍  ମାରିଛି । ବନ ବିଭାଗ କିନ୍ତୁ ଦିନରାତି କସରତ ଚଳାଇଛି।

ଆଜି ସୁନାବେଡ଼ାରୁ ଏକ ସ୍ବୟଂଚାଳିତ ଯନ୍ତା ଆଣାଯାଇଛି । ମଧ୍ୟପ୍ରଦେଶରୁ ୩ଟି ବିଶେଷଜ୍ଞ ଦଳ ଆଜି ଅନୁଗୁଳରେ ଆସି ପହଞ୍ଚିବେ । ସୁନ୍ଦରୀ ବେକରେ ଯେଉଁ ରେଡିଓ କଲାର ଲଗାଯାଇଛି, ତାହା ମାଧ୍ୟମରେ ୩କିଲେ।ମିଟର ପରିଧି ମଧ୍ୟରେ ହିଁ ଟ୍ରାକ୍ କରାଯାଇପାରିବ । କିନ୍ତୁ ସୁନ୍ଦରୀକୁ  ଜଙ୍ଗଲ ଭିତରକୁ ଚାଲି ଯାଇଥିବାରୁ ଟ୍ରାକ୍ କରିବା ପାଇଁ ବନ ବିଭାଗ ପାଇଁ କଷ୍ଟକର ହେଉଛି । ସେପଟେ ସୁନ୍ଦରୀକୁ ନେଇ ସାତକେ।ଶିଆ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

   Related Posts