ସାତକୋଶିଆରେ ରହିବ ସୁନ୍ଦରୀ ; ବାଘୁଣୀକୁ ସ୍ଥାନାନ୍ତର କରାଯିବ ନାହିଁ

Published By : Prameya-News7 Bureau | September 18, 2018 IST

ଅନଗୁଳ ୧୮|୯: ସାତକୋଶିଆରେ ରହିବ ସୁନ୍ଦରୀ । ବାଘୁଣୀକୁ ସ୍ଥାନାନ୍ତର କରାଯିବ ନାହିଁ ସେହିଠାରେ ହିଁ ତାଙ୍କୁ ରଖାଯିବ ବୋଲି କହିଛନ୍ତି ବିଶେଷଜ୍ଞ । ଦୁଇ ଦିନ ଧରି ସାତକୋଶିଆ, ଟିକରପଡ଼ା ବିଭିନ୍ନ ଅଞ୍ଚଳ ବୁଲି ସୁନ୍ଦରୀର ଗତିବିଧି ଲକ୍ଷ୍ୟ କରିବା ପରେ ସେମାନେ ସ୍ଥାନାନ୍ତର ନ କରିବା ନେଇ କହିଛନ୍ତି । ସୁନ୍ଦରୀ ଜନବସତିକୁ ଆସୁନଥିବା ବେଳେ ଲୋକ ତାକୁ ଦେଖି ଭୟଭୀତ ହେଉଥିବା ଜଣାପଡ଼ିଛି । ତେଣୁ ତାକୁ ସ୍ଥାନାନ୍ତର କରିବାର ନାହିଁ । ପାଟ୍ରୋଲିଂ ପାଇଁ ଆସିବେ ହାତୀ । ଘଞ୍ଚ ଜଙ୍ଗଲ ମଧ୍ୟରେ ଅନ୍ୟ କୌଣସି ଉପାୟରେ ପାଟ୍ରୋଲିଂ ହୋଇ ପାରୁନଥିବାରୁ ହାତୀ ସାହାଯ୍ୟରେ ପାଟ୍ରୋଲିଂ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥି ପାଇଁ ରାଜ୍ୟ ସରକାରଙ୍କର ଏକ ୫ ଜଣିଆ ଟିମ୍ କର୍ଣ୍ଣାଟକ ଯାଇଛନ୍ତି । ୩ ଟି ପ୍ରଶିକ୍ଷିତ ହାତୀଙ୍କୁ ଅଣାଯିବ । ଦୁଇଟି ମାଇ ହାତୀ ଓ ଗୋଟିଏ ଦନ୍ତାହାତୀକୁ ଓଡିଶା ଅଣାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.