ରକ୍ତମୁଖା ସୁନ୍ଦରୀ : ପୁଣି ମାରିଲା ମଣିଷ, ଟାଇଁସି ଅଞ୍ଚଳରେ ବାଘୁଣୀ ଆତଙ୍କ

Published By : Prameya-News7 Bureau | October 21, 2018 IST

ଅନୁଗୋଳ ୨୧|୧୦: ବାଘୁଣୀ ସୁନ୍ଦରୀ କଲା ମଣିଷ ଶିକାର । ପୁଣି ଥରେ ରକ୍ତମୁଖା ହୋଇଛି ବାଘୁଣୀ ସୁନ୍ଦରୀ । ଅନୁଗୁଳ ଟାଇଁସି ପଞ୍ଚାୟତ ନୂଆପଡା ଅଞ୍ଚଳରେ ପୁଣି ଆତଙ୍କ ମଚାଇଛି ବାଘୁଣୀ । ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ନୂଆପଡା ଅଞ୍ଚଳର ତ୍ରୀନାଥ ସାହୁ । ଆଜି ସକାଳୁ ବିଲକାମ କରିବାକୁ ଯାଇଥିବା ବେଳେ ନୂଆପଡା ସ୍କୁଲ ପଛପଟେ ତାଙ୍କୁ ବାଘୁଣୀ  ଆକ୍ରମଣ କରିଥିଲା । ତାଙ୍କ ବେକ ଓ କାନ୍ଧରେ କ୍ଷତ ଚିହ୍ନ ରହିଛି । ଏହାସହ ଗତକାଲି ରାତିରେ ବାଘଣୀ ସୁନ୍ଦରୀ ଗାଁ ମୁଣ୍ଡରେ ବୁଲିଥିବାର ଶୁଣିବାକୁ ମିଳିଛି । ତେବେ ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ  ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକମାନେ ଅନୁଗୁଳ ଏସିଏଫ ଶ୍ରୀକାନ୍ତ ବେହେରାଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟଲୋକ। ପୂର୍ବରୁ ହାତୀବାରି ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ସୁନ୍ଦରୀ ଆକ୍ରମଣରେ ହୋଇଥିବା ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉତ୍ୟକ୍ତଲୋକ ବନବିଭାଗର ଅଫିସରେ ଭଙ୍ଗାରୁଜା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.