ଏଥର ଗାଈକି ଘୋଷାରି ମାରିଛି ସୁନ୍ଦରୀ ବାଘ, ସାତକୋଶିଆରେ ପଡିଲାଣି ତାଟି କବାଟ

Published By : Prameya-News7 Bureau | September 18, 2018 IST

ଭୁବନେଶ୍ବର ୧୮|୯: ଚିଲିକା ଉପରେ ବିମାନ ଉଡ଼େଇଲେ ବୋଲି ବୈଜୟନ୍ତଙ୍କ ହେଲିକପ୍ଟର ସିଲ୍‌। ସେପଟେ ଅନୁଗୁଳରେ ବନ ବିଭାଗ ରାସ୍ତା ସିଲ୍‌ କରିଦେଇଛି। କାରଣ ସୁନ୍ଦରୀ ପୁଣି ମାରିଛି। ଏଥର ଗୋଟେ ଗାଈକି ଘୋଷାରି ମାରିଛି ବାଘ। ଗାଁରେ ବନ ବିଭାଗ ଆଉ ପୋଲିସ ପହଁଚି ରାସ୍ତାକୁ ସିଲ କରି ଜଗିଛନ୍ତି। ସେପଟେ ପୋଷ୍ଟ ମର୍ଟମ ରିପୋର୍ଟକୁ ନେଇ ପ୍ରତିକ୍ରିୟା ଶୀଳ ହୋଇପଡ଼ିଛନ୍ତି ଲୋକେ। ସୁନ୍ଦରୀ ପାଇଁ ହାର୍ଟବିଟ ବଢ଼ିଲାଣି। ଗତକାଲି ରାତିରେ ସୁନ୍ଦରୀ କୁଆଡ଼େ ଗାଈକୁ ଘୋଷାରି ମାରିଛି। ଆଠମଲ୍ଲିକର ଲେହଡି ଗାଁରେ ଏଥିପାଇଁ ଚହଳି ପଡିଛି । ସକାଳୁ ସକାଳୁ ଏକ ଗାଈକୁ ଟାଣି ନେଇଛି ବାଘ। ଅସହାୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଆଉ ବନ କର୍ମଚାରୀ ଆସି ଚାରିପଟ ସିଲ୍‌ କରିଦେଲେ। କାହାରିକୁ ପାଖକୁ ଯିବାକୁ ଦିଆଯାଉନାହଁ। ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଇଦିଆଯାଉଛି। ସବୁବଳେ ସୁନ୍ଦରି ଗାଁ ପାଖେ ପାଖେ ରହୁଛି ହଲେ ବନ ବିଭାଗର ଏହାକୁ ମାନିବାକୁ ପ୍ରସ୍ତୁତ ନୁହେ। ବନ ବିଭାଗର କହିବା କଥା ବାଘୁଣି ଅଧିକାଂଶ ସମୟ ଘଂଚ ଜଙ୍ଗଲରେ ରହୁଛି। ତେବେ ଲୋକଙ୍କ ଭୟ ବଢ଼ିବାରେ ଲାଗିଛି। କାରଣ ବାଘ ମୁହଁରେ ପୂର୍ବରୁ ମଣିଷ ରକ୍ତ ଲାଗି ସାରିଛି। ସେପଟେ ପ୍ରକାଶ ପାଇଛି ହାତିବାରି ଗାଁର କୈଳାସି ସାଏଙ୍କ ପୋଷ୍ଟ ମର୍ଟମ ରିପୋର୍ଟ । ଏଥିରେ ଲେଖା ଯାଇଛି କୌଣସି ହିଂସ୍ର ବନ୍ୟଜନ୍ତୁଙ୍କ ଆକ୍ରମଣରେ କୈଳାସିଙ୍କ ମୃତ୍ୟୁ ହୋଇଛି। ରିପୋର୍ଟକୁ ନେଇ ସାତକୋଶିଆ ପ୍ରଜା ସୁରକ୍ଷା ସମିତି ଅଭିଯୋଗ ଉଠାଇଛି । ସେପଟେ କିନ୍ତୁ ଅନଗୁଳ ଏସ.ପି ମିତ୍ରଭାନୁ ମହାପାତ୍ର ଶାନ୍ତି ରକ୍ଷା କାରିବା ପାଇଁ ନିବେଦନ କରିଛନ୍ତି। ପୋଷ୍ଟ ମର୍ଟମ ରିପୋର୍ଟ ଏବଂ ପାରିପାର୍ଶିକ ସ୍ଥିତିକୁ ଦେଖି ଜଣେ ଡି.ଏସ.ପି ଙ୍କୁ ତଦନ୍ତ ଭାର ଦିଆ ଯାଇଛି। ସାତକୋଶିଆରେ ବାଘଙ୍କୁ ନେଇ ଯେଉଁ ମିଶନ ହାତକୁ ନିଆଯାଇଛି ତାହା ପୂର୍ଣ୍ଣ କରାଯିବ। ସେଥିପାଇଁ ବାଘୁଣି ଉପରେ ସତର୍କ ଦୃଷ୍ଟି ସିନା ରଖାଯାଇଛି। କିନ୍ତୁ ପାଖ ଗାଁରେ ଗୋଟିଏ ପରେ ଗୋଟିଏ କାଣ୍ଡ ଦେଖି ଲୋକେ ଶାନ୍ତିରେ ଶୋଇପାରୁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.