ବାଘୁଣୀ ସୁନ୍ଦରୀ ସ୍ଥାନାନ୍ତର ନେଇ ସରକାର ନେଇପାରିବେନି ନିଷ୍ପତ୍ତି, ସେପଟେ ସାତକୋଶିଆରେ ଭିତରେ ଭିତରେ କୁହୁଳୁଛି ନିଆଁ

Published By : Prameya-News7 Bureau | September 14, 2018 IST

ଭୁବନେଶ୍ୱର ୧୪/୯ : ସୁନ୍ଦରୀ ଫେରିବନି। ସରକାର କିମ୍ବା ଜିଲ୍ଲାପ୍ରଶାସନ ଏନଇେ କିଛି ନିଷ୍ପତି ନେଇପାରିବ ନାହିଁ। ଯାହା କିଛି ନିଷ୍ପତି ନେବ ଓ୍ବାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ତିଆ। ପୋଷ୍ଟ ମର୍ଟମ ରିର୍ପୋଟ ଆସିବା ପରେ ଯାହା ନିଷ୍ପତି ନିଆଯିବ। ଜଙ୍ଗଲ ପରିବେଶ ମନ୍ତ୍ରୀ ଏଭଳି ଡାଇଲଙଗ ଶୁଣାଇବା ପରେ ତାତି ଛନ୍ତି ସ୍ଥାନୀୟ ଲୋକେ । ପୋଷ୍ଟ ମର୍ଟମ ରିର୍ପୋଟକୁ ସରକାର ଏପଟସେପଟ କରିବାନେଇ ମଧ୍ୟ ସନ୍ଦେହ କଲେଣି ସ୍ଥାନୀୟ ଲୋକେ। ରିର୍ପୋଟ ଏପଟ ସେପଟ ହେଲେ ଆନ୍ଦୋଳନ ଚେତାବନୀ ଦେବା ସହ ସିଧାସିଧା ଚେତାବନୀ ବି ଶୂଣାଇଛନ୍ତି ସ୍ଥାନୀୟ ବାସନ୍ଦା। ବଘୁଣି ସୁନ୍ଦରୀକୁ ହଟାଅ ନଚେତ ମାରିଦେବୁ… ସ୍ଥାନାନ୍ତର ହେବନି ସୁନ୍ଦରୀ। ଜିଲ୍ଲାପ୍ରଶାସନ ସୁନ୍ଦରୀକୁ ସ୍ଥାନାନ୍ତରିତ କରିପାରିବ ନାହିଁ । ଟ୍ରାଙ୍କୁଲାଇଜର ଟିମ ମଧ୍ୟ ଆସିବାର ନାହିଁ। ଏଭଳି ରୋକଠୋକ ଶୂଣାଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ମନ୍ତ୍ରୀଙ୍କ କହିବା ଅନୁସାରେ ସୁନ୍ଦରୀକୁ ସ୍ଥାନନ୍ତରଣ ନେଇ କିଛି ନିଷ୍ପତି ହୋଇନି। ସୁନ୍ଦରୀ ସ୍ଥାନାନ୍ତର କରିବା ନିଷ୍ପତି କେବଳ ଓ୍ବାଇଲ୍ଠ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ତିଆ ନେଇପାରିବ। ପୋଷ୍ଟମର୍ଟମ ରିର୍ପୋଟ ଆସିବାରେ ଏହି ରିର୍ପୋଟ ଓ୍ବାଇଲ୍ଠ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ତିଆକୁ ପଠାଯିବ। ସେଠୁ ଯାହା ନିଷ୍ପତି ଆସିବ ତାହାକୁ କାର୍ଯ୍ୟକାରୀ କରାଯିବ। କିନ୍ତୁ ସ୍ଥାନୀୟ ଲୋକଙ୍କ ଦାବିକୁ ପ୍ରଧାନ୍ୟ ଦିଆଯିବ। ସେଇ ଅନୁସାରେ ନିଷ୍ପତି ନିଆଯିବ। ଏପଟେ ଏଭଳି କଥା ଶୁଣି ତାତି ଉଠିଛନ୍ତି ସ୍ଥାନୀୟ ଲୋକେ। ଭିଟାମାଟି ଛାଡିବାର ନାହିଁ ଆବଶ୍ୟକ ପଡିଲେ ବାଘୁଣୀଙ୍କୁ ମାରିଦିଆଯିବ ବୋଲି କହିଛନ୍ତି ସ୍ଥାନୀୟବାସିନ୍ଦା। ଏବେ ପୋଷ୍ଟ ମର୍ଟମ ଉପରେ ସମସ୍ତଙ୍କ ନଜର। କାରଣ ପୋଷ୍ଟ ରିର୍ପୋଟ ଯାହା ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିବାପରେ ପୋଷ୍ଟ ମର୍ଟମ ରିର୍ପୋଟକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ କଲେଣି । ସରାକର ପୋଷ୍ଟ ମର୍ଟମ ରିର୍ପୋଟ କିଛି କରାସାଦି କରିପାରନ୍ତି। କାରଣ ଏନଟିସିଏ ପ୍ରକଳ୍ପକୁ ସରକାର ହାତଛଡା କରିବାକୁ ଚାହିଁବେନି । ଯଦି ସରାକର ପୋଷ୍ଟମର୍ଟମ ରିର୍ପୋଟରେ ଏପଟସେପଟ କରନ୍ତି ତାହେଲେ ସ୍ଥିତି ଭୟାନକ ହେବ ବୋଲି କହିଛି ସାତକୋଶିଆ ସୁରକ୍ଷା ସମିତି । ଏପଟେ ପ୍ରାଣୀ ବିଶେଷଜ୍ଞ କହିବା କଥା ବାଘୁଣୀ ସୁନ୍ଦରୀ ଏବେ ନିଃସଙ୍ଗ ହୋଇପଡିଛି। ପ୍ରଥମ ଥର ପାଇଁ ତାର ମାଙ୍କୁ ଛଡି ଆସିଛି ନୂଆ ସ୍ଥାନକୁ। ତେଣୁ ସେ ଜଙ୍ଗଲରେ ନିଜକୁ ଆଡଜଷ୍ଟ କରିପାରୁନି। ଅନ୍ୟ ବାଘଙ୍କ ସସ୍ପର୍ଶରେ ଆସିପାରୁନି। ତେଣୁ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜର କରାଯାଇ କାହ୍ନା ପାଖରେ ଛାଡାଯାଉ। କାହ୍ନା ସସ୍ପର୍ଶରେ ଆସିଲେ ଜନବସିତି ଆଡେ ଯିବ ନାହିଁ। ଏହା ସହ ବାଘୁଣୀର ସୁରକ୍ଷ ପାଇଁ ବନ ବିଭାଗ ପଦକ୍ଷେପ ନେବା ଦରକାର। ସୁନ୍ଦରୀଙ୍କୁ ନେଇ ସ୍ଥାନୀୟ ଲୋକେ ତାତିଉଠିଥିବାବେଳେ ପୁଣି ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ଅନିଶ୍ଚତତା ଦେଖାଦେଇଛି ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.