ରାଇଗୁଡ଼ାରେ ଅଢେଇ ଏକର ଏନକ୍ଲେ।ଜରରେ ଏବେ ସୁନ୍ଦରୀ : କଣ କରୁଛି ମଣିଷ ଖିଆ ବାଘୁଣୀ …ପଢନ୍ତୁ ପୂରା ରିପୋର୍ଟ

Published By : Prameya-News7 Bureau | November 07, 2018 IST

ସାତକୋଶିଆ ୭/୧୧ : ରାଇଗୁଡ଼ା ଏନକ୍ଲେ।ଜରରେ ଏବେ ସୁନ୍ଦରୀ । ଭିତରକୁ ଯିବା ପରେ ସତେ ଯେମିତି ତାର ଆଉ ଚିନ୍ତା ନାହିଁ । ପୂରା ଆରାମ କରୁଛି । ନା ତାକୁ ଅନ୍ୟ ବାଘ ବାଘୁଣୀର ଭୟ ଅଛି ନା ଯଶେ।ଦା ହାତୀ କିମ୍ବା ତାଉପରେ ବସି ତାକୁ ନିଶାନା ସାଧୁଥିବା ଟ୍ରାଙ୍କୁଲାଇଜର ଟିମ୍ ର ଭୟ । ତା ପାଖକୁ ବି କେହି ଯିବା ପାଇଁ ମନା ହେ।ଇଛି । କିନ୍ତୁ ସେ କଣ କରୁଛି ଏବେ?? ତାର ଆଚରଣ କିଭଳି ଅଛି?? ସୁନ୍ଦରୀ ଏବେ ସାତକେ।ଶିଆର ଏନକ୍ଲେ।ଜରରେ । ପୂରା ଆରାମ ଆଉ ବିନ୍ଦାସ ଅଛି । ସତେ ଯେପରି ତାର ଚିନ୍ତା କିଛି ନାହିଁ । ଅଢେଇ ଏକର ଲମ୍ବା ଚଉଡ଼ା ତାର ଜାଲି ଘେରା ଏନକ୍ଲେ।ଜର ଭିତରେ ପୂରା ଏମୁଂଡ଼ ସେମୁଂଡ଼ ବୁଲୁଛି । ଥକ୍କା ଲାଗିଲେ ଘାସ ବଣ ଭିତରେ ଗଡ଼େଇ ହେଉଛି । ତା ପାଇଁ ତିଆରି ହେ।ଇଥିବା ପ୍ରାକୃତିକ ଝରଣା ରେ କାଲିଠୁ ଗାଧେ।ଉଛି । ଝରଣା ଛଡ଼ା ପାଣି କୁଂଡ଼ ବି ରହିଛି । ଗୁମ୍ପା ବି ରହିଛି । ଗତକାଲି ତାକୁ ସେଠାକୁ ଆଣିବା ପରେ ସେ ଗୁମ୍ଫାରେ ପଣୁଛି ବାହାରୁଛି । ରାତିରେ ଗୁମ୍ଫା ଭିତରେ ଶେ।ଉଛି । ଖରା, ବର୍ଷା, ଶୀତ ରୁ ରକ୍ଷା ପାଇବା ଲାଗି ଏହା ବନାଯାଇଛି । ଅବଶ୍ୟ ଟ୍ରାଙ୍କୁଲାଇଜ୍ ପରଠୁ ଆଉ ସେ କିଛି ଖାଇନି । କାରଣ ସେ ଟ୍ରାଙ୍କୁଲାଇଜର ପୂର୍ବରୁ ଏକ ମଇଁଷି ମାରି ୩୦ କିଲେ। ପାଖାପାଖି ମାଂସ ଖାଇଥିଲା । ଥରେ ବାନ୍ତି କରିଛି । ଆଉ ଏବେବି ତାପେଟରେ ୨୦ କିଲେ। ପାଖାପାଖି ମାଂସ ଅଛି । ତେଣୁ ଖାଲି ପାଣି ପିଉଛି ଓ ଗାଧେ।ଉଛି । ଡ଼ାକ୍ତରଙ୍କ ମତରେ ବାଘ ସପ୍ତାହେ ନଖାଇଲେ ଚଳିବ । କିନ୍ତୁ ତାକୁ ଭେ।କ ଲାଗିଲେ ତାକୁ ଶିକାର କରି ଖାଇବା ଲାଗି ଜନ୍ତୁ ଦିଆଯିବ । ଶିକାର କରି ଖାଇବ ସେ ନିଜେ । ଅଢେଇ ଏକର ତାର ବାଡ଼ ତାପାଇଁ ରହିଛି । ଦୁଇ ଜଣ ସିସିଟିଭି ଅପରେଟର ୨୪ ଘଣ୍ଟା ତାକୁ ଅହରହ ନଜର ରଖୁଛନ୍ତି । ତାର ଗାଧେ।ଇବା, ଆରାମ କରିବା, ପାଣି ପିଇବା ଏବଂ ଅନ୍ୟାନ୍ୟ ଆକ୍ଟିଭିଟିକୁ ସିସିଟିଭିରେ ଜୁମ୍ କରି ଦେଖିବା ସହ ରେକର୍ଡ଼ କରାଯାଉଛି । ଏସବୁ ଗିତିବିଧୀକୁ ନେଇ ଡ଼ବ୍ଲୁଆଇଆଇ ଏବଂ ଏନଟିସିଏ ଗବେଷଣା କରୁଛନ୍ତି । ତାର ବାଡ଼ରେ ୪୦ ରୁ ଅଧିକ ଦୁଇ ପ୍ରକାର କ୍ୟାମେରା ଲାଗିଛି । ମୁଭିଙ୍ଗ କ୍ୟାମେରାରେ ଭିଡ଼ିଓ ରେକର୍ଡ଼ିଂ କରାଯାଉଛି ଏବଂ ଷ୍ଟିଲ୍ ରେ ଫେ।ଟେ। ବି ନେଉଛି ବନ ବିଭାଗ । ସୁରକ୍ଷା ଦୃଷ୍ଟିରୁ ଏପରିକି ବନ କର୍ମଚାରୀଙ୍କୁ ଏନକ୍ଲେ।ଜର ପାଖକୁ ମଧ୍ୟ ଛଡ଼ାଯାଉନାହିଁ । କେବଳ ବନ୍ତଳା ଏବଂ ଅନୁଗୁଳୁରୁ ଥାଇ ସିସିଟିଭି ମାଧ୍ୟମରେ ଗତିବିଧୀ କୁ ଲକ୍ଷ କରାଯାଉଛି । ଡ଼ାକ୍ତର କିନ୍ତୁ ଦିନେ ଛଡ଼ା ଦିନେ ଭିଜିଟ୍ କରିବେ । ସବୁଠୁ ବଡ଼ କଥା ହେଲା ତାର ବାଡ଼ ପାଖାପାଖି ଅନ୍ୟ ବାଘବାଘୁଣୀ ଆସିବେ । ଏପରିକି କାହ୍ନା ଓ ତାର ସଉତୁଣୀ ବାଘୁଣୀ ବି ଆସିବେ । ବ୍ୟବହାର ଦେଖି କିଛି ନିଷ୍ପତ୍ତି ନିଆଯିବ ବେ।ଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.