ଆଜି କୁସୁମ କୁହୁରୀରେ ସୁନ୍ଦରୀ ; ଭୟ ଓ ଆତଙ୍କରେ ଗ୍ରାମବାସୀ
17/09/2018 at 5:48 PM

ଆଠମଲ୍ଲିକ ୧୭/୯ : ଆଠମଲ୍ଲିକ ବନଖଣ୍ଡ କୁସୁମକୁହୁରୀ ଗ୍ରାମରେ ଆଜି ସୁନ୍ଦରୀ ବାଘୁଣିକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ଗତକାଲି ଠାରୁ ବାଘୁଣୀର ଠିକଣା ସମ୍ପର୍କରେ ବନ ବିଭାଗ ସଂପୂର୍ଣ୍ଣ ତଥ୍ୟ ଜନସାଧାରଣକୁ ଦେଉ ନଥିବାରୁ ଲୋକେ ଭୟ ଓ ଆତଙ୍କରେ ଜୀବନ କାଟୁଥିଲେ । ବିପ୍ରଡିହ ଗାଁରୁ ୨୦ କିଲୋମିଟର ଦୁର ଆଠମଲ୍ଲିକ ରେଞ୍ଜର କୁସୁମକୁହୁରୀ ଗାଁରେ ଵିଲରେ ଧାନ ବାଛୁ ଥିବା ସମୟରେ ଜୟନ୍ତୀ ବିଶ୍ୱାଳ ନାମକ ଜଣେ ମହିଳା ସୁନ୍ଦରୀକୁ ଦେଖି ଭୟଭୀତ ହୋଇଯାଇଥିଲେ । ପରେ ସେ ଗ୍ରାମବାସୀଙ୍କୁ ଆସି ସବୁ କଥା ଜଣାଇଥିଲେ । ଏବେ ଗାଁରେ ଏତେ ମାତ୍ରରେ ଭୟ ଖେଳି ଯାଇଛି ଯେ ଦରକାର ପଡିଲେ ଲୋକେ ଘର ଦୁଆର ଛାଡି ଚାଲି ଯାଇପାରନ୍ତି ବୋଲି ପ୍ରକାଶ କରନ୍ତି।
କୁସୁମକୁହୁରୀ ଗ୍ରାମରେ ବାଘୁଣି ଆସିବାର ଖବର ପାଇ କେବଳ ଦୁଇଜଣ ବନବିଭାଗ କର୍ମଚାରୀ ଯାଇ ସ୍ଥିତି ପରଖି ଚାଲି ଯାଇଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି ।