ଆଠମଲ୍ଲିକରେ ସୁନ୍ଦରୀ ଆତଙ୍କ ; ଶିକାର ପାଇଁ ସାତକୋଶିଆ ଡେଇଁଲା ବାଘୁଣୀ
3/09/2018 at 1:23 PM

ଅନୁଗୁଳ ୩/୯ : ଆଠମଲ୍ଲିକରେ ଅଂଚଳରେ ସୁନ୍ଦରୀ ଆତଙ୍କ ଦେଖିବାକୁ ମିଳିଛି | ଶିକାର ପାଇଁ ସାତକୋଶିଆ ଜଙ୍ଗଲ ଡେଇଁ ଆଠମଲ୍ଲିକକୁ ଯାଇଛି ବାଘୁଣୀ ସୁନ୍ଦରୀ | ବାଛୁରୀ ଖାଇବା ନିଶାରେ ଚଣାଗୋଡିନାଲର ପାଣିକୁ ପାର କରିଛି ସୁନ୍ଦରୀ | ୮ ରୁ ୯ ମାସର ବାଛୁରୀ ଛୁଆକୁ ଗୋଛେରା ଭୂଇଁରୁ ଟେକି ନେଇ ଶିକାର କରିଛି | ଆଠମଲ୍ଲିକ ବନଖଣ୍ଡ ଧଣ୍ଡାଟୋପା ଗାଁ ରେଙ୍ଗ ବିପ୍ରାଡିହ ଗାଁ ନିକଟରେ ଦିନ ଦ୍ବିପ୍ରହରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି | ସାତକୋଶିଆ ଏବଂ ଆଠମଲ୍ଲିକ ବନଖଣ୍ଡର ସୀମାନ୍ତ ଗାଁ ହେଉଛି ବିପ୍ରାଡିହ | ଉଭୟ ଜଙ୍ଗଲ ମଧ୍ୟରେ ସୀମା ନିର୍ଧାରଣ କରୁଛି ଚଣାଗୋଡିନାଲ | ତେବେ ବର୍ଷା ଯୋଗୁଁ ନାଳ ପାଣି ବେଶ ପ୍ରଖର ରହିଛି | ବିପ୍ରାଡିହ ଗାଁର ଗୋଟିଏ ପାଖରେ ବିଲ ଥିବା ବେଳେ ଅନ୍ୟ ପାଖରେ ଜଙ୍ଗଲ | ନାଳ ପାଖ ଇଲାକାରେ ଗାଁ ପାଇଁ ଗୋଟିଏ ଗୋଚର ଭୂଇଁ ଅଛି | ଯେଉଁଠି ଗାଁର ଗାଈ ବାଛୁରୀ ସବୁ ଚାରନ୍ତି | ସୂଚନା ମୁତାବକ ଗାଈ ବାଛୁରୀଙ୍କୁ ଦେଖି ବାଘୁଣୀ ସୁନ୍ଦରୀ ବିପ୍ରାଡିହ ଆଡକୁ ମୁହାଁଇଥିଲା | ପ୍ରଖର ପାଣି ଶ୍ରୋତ ସତ୍ୱେ ନାଳ ଡେଇଁ ବାଛୁରୀ ଶିକାର କରିଥିଲା ବାଘୁଣୀ | ଏହି ଘଟଣା ସମଗ୍ର ଅଂଚଳରେ ଆତଙ୍କ ଖେଳାଇଦେଇଛି |