Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଠମଲ୍ଲିକ ଅଞ୍ଚଳରେ ସୁନ୍ଦରୀ ଆତଙ୍କ ; ଆଜି ପୁଣି ଏକ ଗାଈକୁ ଟାଣିନେଇଛି ସୁନ୍ଦରୀ

18/09/2018 at 11:57 AM

ଅନଗୁଳ ୧୮|୯: ଆଜି ପୁଣି ବାଘୁଣୀ ସୁନ୍ଦରୀକୁ ଆଠମଲ୍ଲିକ ରେଞ୍ଜ ଲେହେଡ ଗାଁ ନିକଟରେ ଦେଖିବାକୁ ମିଳିଛି । ଆଜି ସକାଳୁ ଲେହେଡ ଗାଁର ଜଣେ ବ୍ୟକ୍ତି ଶୌଚ ହେବାପାଇଁ ଯାଉଥିବା ସମୟରେ ବାଘୁଣୀ ସୁନ୍ଦରୀ ଗୋଟିଏ ଗାଈକୁ ଟାଣି ନେଇଥିବା ଦେଖିଥିଲେ । ଖବର ପାଇ ପୁଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ ସୁନ୍ଦରୀରର ପାଦ ଚିହ୍ନ ଏହି ଅଞ୍ଚଳରେ ପଡିଛି ଏବଂ ରେଡିଓ ସିଗନାଲରୁ ଜଣାପଡିଛି ଯେ ସୁନ୍ଦରୀ ଏହି ଅଞ୍ଚଳରେ ଅଛି । ଫଳରେ ସୁନ୍ଦରୀ ରହିଥିବା ଅଞ୍ଚଳକୁ ସାଧାରଣଲୋକଙ୍କୁ ଛଡାଯାଉନାହିଁ ।

   Related Posts