ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଦୁଇଟି ଛୁଆ ଜନ୍ମ ଦେଲା ବାଘୁଣୀ ସ୍ନେହା

Published By : Prameya-News7 Bureau | January 09, 2020 IST

ବାରଙ୍ଗ ୯।୧:  ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଦୁଇଟି ଛୁଆକୁ ଜନ୍ମ ଦେଲା ବାଘୁଣୀ ସ୍ନେହା । ଦୁଇ ଦୁଇ ଥର ବିରଳ କଳାଲୋମଯୁକ୍ତ ବାଘ ଛୁଆ ଜନ୍ମ ଦେଇ ନୂଆ ଇତିହାସ ସୃଷ୍ଟି କରିଥିବା ଧଳା ବାଘୁଣୀ ସ୍ନେହା ତୃତୀୟ ଥର ପାଇଁ ସନ୍ତାନ ପ୍ରସବ କରିଛି । ଗୋଟିଏ ଧଳା ଓ ନାଲି ରଙ୍ଗର ବାଘଛୁଆ ଜନ୍ମ ଦେଇଛି ସ୍ନେହା । ଏହି ଦୁଇଟି ଛୁଆକୁ ମିଶାଇ ଏପର୍ଯ୍ୟନ୍ତ ବାଘୁଣୀ ସ୍ନେହା ନନ୍ଦନକାନନରେ ୯ଟି ଛୁଆ ଜନ୍ମ ଦେଇସାରିଛି ।

{"id":208829,"sizeSlug":"large"}

ସ୍ନେହା ରହୁଥିବା ଖୁଆଡ ନଂ ୩୦ ପଛପଟ କ୍ରଲରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇ ତାର ଗତିବିଧି ଉପରେ ନଜର ରଖାଯାଉଥିଲା । ଗତ ତିନି ମାସ ତଳେ ଲାଲ ରଙ୍ଗର ମହାବଳ ସହ ତାର ମିଳନ ହୋଇଥିଲା । ବାଘମାନେ ଗର୍ଭ ଧାରଣ କରିବାର ଶହେ ଦିନରୁ ୧୦୩ଦିନ ମଧ୍ୟରେ ଶାବକ ଜନ୍ମ ଦେଇଥାନ୍ତି । ସେହି ଅନୁଯାଇ ଗୁରୁବାର ଦିନ ୧୦୦ ଦିନ ପୁରିଛି । ବାଘମାନେ ଛୁଆ ଜନ୍ମ ଦେବାର ଦିନକ ପୂର୍ବରୁ ଖାଦ୍ୟ ଛାଡି ଦିଅନ୍ତି । ବୁଧବାର ସ୍ନେହା କିଛି ଖାଇନଥିଲା ।  

{"id":208830,"sizeSlug":"large"}

ପୂର୍ବରୁ ମହାବଳ ମନିଷ ସହ ମିଳନ ହୋଇ ଗତ ୨୦୧୪ ମସିହାରେ ଏକ ବିରଳ କଳା ବାଘ ଛୁଆ ସମେତ ୪ଟି ଶାବକ ଜନ୍ମ ଦେଇଥିଲା । ସେହିପରି ଦ୍ବିତୀୟ ଥର ୨୦୧୬ ମସିହାରେ ପୁଣି ଏକ ବିରଳ କଳାବାଘ ଛୁଆ ସମେତ ୩ଟି ଶାବକ ଜନ୍ମ ଦେଇଥିଲା ସ୍ନେହା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.