ସୁନ୍ଦରୀକୁ ଭେଟିବାକୁ ଆସୁଥିବା ବୁଢୀ ବାଘୁଣୀ ଅସୁସ୍ଥ : ଆଲର୍ଟରେ ମହେନ୍ଦ୍ର ଓ ରାଜକୁମାର

Published By : Prameya-News7 Bureau | June 16, 2020 IST

ଅନୁଗୋଳ ୧୬।୬: ଅନୁଗୋଳ ସାତକୋଶିଆରେ ବାଘୁଣୀ ଅସୁସ୍ଥ ହୋଇଥିବା ଜଣାପଡିଛି । ଏହା ବନବିଭାଗକୁ ଚକିତ କରିଛି । ବାଘୁଣୀର ଲାଞ୍ଜରେ ଲାଲ ରଙ୍ଗର ଫଙ୍ଗାଲ ଇନଫେକସନ ଥିବା ଖବର ମିଳିଛି । ସିସିଟିଭ ଜରିଆରେ ବନ ବିଭାଗ ଏହା ସୂଚନା ପାଇଛି ।

ବାଘୁଣୀ ସୁନ୍ଦରୀ ଏନକ୍ଲୋଜର ମଧ୍ୟରେ ରହୁଛି । ତାକୁ ଭେଟିବା ପାଇଁ ରାଇଗୁଡାକୁ ଏହି ଜଙ୍ଗଲୀ ବାଘୁଣୀ ଆସୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଏହା ଜାଣିବା ପରେ ଆରସିସିଏଫ ଏକ ଚିଠି ମାଧ୍ୟମରେ ପିସିସିଏଫଙ୍କୁ ଜଣାଇଛନ୍ତି । ତେବେ ବାଘୁଣୀକୁ କେମିତି ଧରିବେ, କେମିତି ତାର ଚିକିତ୍ସା ହେବ ଏବେ ଚିନ୍ତା ବଢାଇଛି ।

ସେପଟେ ବାଘୁଣୀର ବୟସ ହୋଇ ଗଲାଣି । ତାର ବୟସ ୧୨ରୁ ୧୪ ବର୍ଷ ହେବ । ତେଣୁ ଟ୍ରଙ୍କୁଲାଇଜ୍ କରିବା ବିପଦ ହୋଇପାରେ । ଏବେ ସବୁ କିଛି ନିର୍ଭର କରୁଛି ପିସିସିଏଫ ଏବଂ NTCA ଉପରେ । ତେବେ ରାଇଗୁଡାରେ ହାତୀ ମହେନ୍ଦ୍ର ଆଉ ରାଜ କୁମାରଙ୍କୁ ଆଲର୍ଟ ରଖାଯାଇଛି ରାଇଗଡରେ । ହାତୀ ମାଧ୍ୟମରେ ଟ୍ରେସିଂ ସହଜରେ ହେବ ବୋଲି ବନ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.