ବାଘକୁ ପିଟିପିଟି ମାରିଦେଲେ ଗାଁ ଲୋକେ, ଭିଡିଓ ଭାଇରାଲ୍

Published By : Prameya-News7 Bureau | July 26, 2019 IST

ପିଲିଭଟ ୨୬|୭: ବାଘକୁ ପିଟିପିଟି ମାରିଦେଲେ ଗାଁ ଲୋକେ । ଉତ୍ତରପ୍ରଦେଶ ପିଲିଭିଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ବାଘଟି ୯ଜଣଙ୍କୁ ଲୋକଙ୍କୁ ଆକ୍ରମଣ କରିବା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ଏକାଠି ହୋଇ ଏପରି କାଣ୍ଡ ଭିଆଇଛନ୍ତି  ।

ବାଘକୁ ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ବାଘକୁ କିଭଳି ଅତି ଅମାନୁଷିକ ଭାବରେ ଲୋକେ ପିଟୁଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି । ବାଘଟିର ବୟସ ୬ ବର୍ଷ ବୋଲି ଜଣାପଡିଛି ।  ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।

ବାଘର ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନଥିବା ସହ ତାର ହାଡରେ ଗଭୀର ଆଘାତ ଲାଗିଥିବା ରିପୋର୍ଟରୁ ଜଣାପଡିଛି । ବାଘକୁ ମାରିବା ଅଭିଯୋଗରେ ୩୧ ଜଣ ସ୍ଥାନୀୟ ଲୋକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.