Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଭାଇ କ୍ରିଷ୍ଣା ଦେଲା ରକ୍ତ, ହେଲେ ବଞ୍ଚିଲାନି ବାଘୁଣୀ ଆନି

5/01/2021 at 5:07 PM

ବାରଙ୍ଗ ୫।୧: ନନ୍ଦନକାନନରେ ଆଖି ବୁଜିଲା ମହାବଳ ବାଘୁଣୀ ଆନି । ଗତ ଏକ ମାସ ହେଲା ରକ୍ତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତି ହେଉଥିଲା । ତାକୁ ବଂଚାଇବାକୁ ତାର ଭାଇ କ୍ରିଷ୍ଣା ଦୁଇ ୟୁନିଟ୍ ରକ୍ତ ପ୍ରଦାନ କରିଥିଲା । ଯାହା ଓଡିଶାରେ ଏକ ବିରଳ ପଦକ୍ଷେପ ଥିଲା । କିନ୍ତୁ ଅନେକ ଚେଷ୍ଟା ପରେ ବି ବାଘୁଣୀ ଆନିକୁ ବଂଚାଇବା ସମ୍ଭବ ହୋଇ ପାରିଲା ନାହିଁ । ଶେଷରେ ୧୧ଦିନ ପରେ ଭଉଣୀ ଆନି ପ୍ରାଣ ହରାଇଛି । ନନ୍ଦନକାନନରେ ବାଘ ସଂଖ୍ୟା ୨୪କୁ ଖସି ଆସିଛି । ଓୟୁଏଟିର ଶବ ବ୍ୟବଚ୍ଛେଦ ଟିମ୍ ଆସି ଶବ ବ୍ୟବଚ୍ଛେଦ କରିବା ପରେ ଆନି ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ।କେ

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ମନୀଷ ଓ ସ୍ନେହାର ମିଳନରୁ ଏକା ସଂଗରେ ଜନ୍ମ ହୋଇଥିଲେ ୪ଟି ବାଘଛୁଆ । ସେମାନେ ଥିଲେ ତିନି ଭାଇ ଓ ଗୋଟିଏ ଭଉଣୀ । ଦୁଇ ବର୍ଷ ପରେ ଏମାନଙ୍କ ମଧ୍ୟରୁ ୨୦୧୬ରେ ଭାଇ ସ୍ନେହାଶିଷକୁ କଲିକାତା ପଠାଇ ଦିଆଗଲା । ବାକି ତିନି ଜଣ ରହିଥିଲେ । ଏମାନଙ୍କ ମଧ୍ୟରୁ ଗତ ୨୦୧୯ ମସିହା ଅକ୍ଟୋବର ୧୫ ତାରିଖରେ ରକ୍ତ ସଂକ୍ରମଣ ରୋଗରେ ପଡି ଶୁଭ୍ରାଂଶୁର ମୃତ୍ୟୁ ହୋଇଥିଲା । ଫଳରେ ଆନି ଆଉ କ୍ରିଷ୍ଣା ନନ୍ଦନକାନନରେ ରହୁଥିଲେ । ଗତ ଏକ ମାସ ତଳେ ଆନି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା । 

ଆନିକୁ ରକ୍ତ ସଂକ୍ରମଣ ରୋଗ ହୋଇଥିବାରୁ ତାର ରକ୍ତ ନମୁନା ସଂଗ୍ରହ କରାଯାଇ ଉତ୍ତରପ୍ରଦେଶ ବରେଲୀ ପଠାଯାଇ ଥିଲା । ଏତିକି ବେଳେ ଆନି ଅଧିକ ଗୁରୁତତ ହୋଇପଡିଥିଲା । ଉଠିବାକୁ ବଳ ପାଉନଥିଲା। ପଶୁ ଚିକିତ୍ସକମାନେ ସବୁପ୍ରକାର ଚେଷ୍ଟା କରିବା ପରେ ତାର ରକ୍ତ ବଢିପାରୁନଥିଲା । ତେଣୁ ରକ୍ତର ନିହାତି ଆବଶ୍ୟକ ହେଉଥିଲା । ଫଳରେ ଭାଇ କ୍ରିଷ୍ଣା ଦୁଇ ୟୁନିଟ୍ ରକ୍ତ ଦେଇଥିଲା । ହେଲେ ରକ୍ତ ଦେବାର ୧୧ ଦିନ ପରେ ପ୍ରାଣ ହରାଇଛି ଆନି ।

   Related Posts