ସାତକୋଶିଆ ବାଘ ଵଂଶ ବିସ୍ତାର ଯୋଜନାରେ ବ୍ରେକ : ଆହୁରି ବର୍ଷେ ଏନକ୍ଲୋଜରରେ ରହିବ ସୁନ୍ଦରୀ

Published By : Prameya-News7 Bureau | July 16, 2019 IST

ଅନୁଗୁଳ୧୬|୭: କେନ୍ଦ୍ର ସରକାରଙ୍କ ସାତକୋଶିଆରେ ବାଘ ଵଂଶ ବିସ୍ତାର ଯୋଜନା ରେ ବ୍ରେକ । ଆହୁରି ୧ବର୍ଷ ବନ୍ଦୀ ଜୀବନ ବିତାଇବ ବାଘୁଣୀ ସୁନ୍ଦରୀ।ସୁନ୍ଦରୀର ଏନକ୍ଲୋଜରରେ ରହିବା ସମୟ  ବଢ଼ାଇବା ବାଇଁ ଯୋଜନା ହେଉଥିବାରୁ ଇଂକ୍ଲୋଜର ରୁ ମୁକ୍ତି ଆଶା କ୍ଷୀଣ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେବି ଭୟ।  ସୁନ୍ଦରୀକୁ ଛାଡିଲେ କରିପାରନ୍ତି ପ୍ରତିବାଦ।

{"id":134132}

ବାଘୁଣୀ ସୁନ୍ଦରୀର ଭାଗ୍ୟ ଏବେ ନିଶ୍ଚିତ ଅନିଶ୍ଚିତ ମଧ୍ୟରେ ଗତି କରୁଛି। ବାଘୁଣୀ ସୁନ୍ଦରୀ ଦୀର୍ଘ ୯ ମାସ ହେବ ବନ୍ଦୀ ଜୀବନ ବିତାଉଛି। ୨ଏକର ପରିମିତ ଇଂକ୍ଲୋଜର ମଧ୍ୟରେ ତାର ଜୀବନ ବିତାଉଛି। ହାତୀ ବାରିରେ ମହିଳାଙ୍କୁ ମାରିବା ଏବଂ ଟାଇସିରେ ଜଣେ ପୁରୁଷକୁ ମାରି ଖାଇବା ପରେ ଲଙ୍କାକାଣ୍ଡ ହୋଇଥିଲା। ସାତକୋଶିଆରେ ବ୍ୟାପକ ଭଙ୍ଗାରୁଜା ଜଳାପୋଡା ଏବଂ ଜାତୀୟ ରାଜପଥ ଅବରୋଧ ପରେ   ପୋଲିସ ଲାଠିଚାର୍ଜ କରିଥିଲା। ପରେ ବାଧ୍ୟ ହୋଇ ବନ ବିଭାଗ ସୁନ୍ଦରୀକୁ କାବୁ କରି ଏନକ୍ଲୋଜର ମଧ୍ୟରେ ରଖିଛି।  ବାଧ୍ୟ ହୋଇ ଏନକ୍ଲୋଜର ମଧ୍ୟରେ ରହିଛି ସୁନ୍ଦରୀ। ତେଣୁ ବାଘବଂଶ ବୃଦ୍ଧି ସତେ ଯେପରି ଫସର ଫାଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବନ ବିଭାଗର ପ୍ଲାନିଂ ର ଅଭାବ ହେଉ ଅବା ଜନ ସଚେତନତାର ଅଭାବ ଏହାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ଏବଂ ବନ୍ୟପ୍ରାଣୀ ଉପରେ କାମ କରୁଥିବା ବିଶେଷଜ୍ଞ।

{"id":134133}

ସେପଟେ ବାଘୁଣୀ ସୁନ୍ଦରୀ ର ଭାଗ୍ୟକୁ ନେଇ ହୋଇଛି ଆଲୋଚନା ଆଉ ପର୍ଯ୍ୟାଲୋଚନା। ବାଘୁଣୀ ସୁନ୍ଦରୀ ଏବେବି ମୁକୁଳିବା ସମ୍ଭବ ନୁହେଁ। ବରଂ ସେ ରହୁଥିବା ଏନକ୍ଲୋଜର କୁ ବଢ଼ାଯିବ। ତାର ସ୍ଵଭାବରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ସେ ଇଂକ୍ଲୋଜର ମଧ୍ୟରେ ରହିବ ବୋଲି କହିଛନ୍ତି ଆରସିସିଏଫ୍‌।

{"id":134136}

ତେବେ ଏଥିରୁ ସ୍ପଷ୍ଟ ଯେ ବାଘୁଣୀ ସୁନ୍ଦରୀ ପୁଣି ୧ ବର୍ଷ  ବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ। ତେବେ ଫସର ଫାଟୁନିତ ସାତକୋଶିଆ ରେ ବାଘବଂଶ ବିସ୍ତାର ଯୋଜନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.