ସୁନ୍ଦରୀକୁ ନନ୍ଦନକାନନ ମନା, କୋଉଠି ରହିବ ବାଘୁଣୀ ତାକୁ ନେଇ ଚିନ୍ତାରେ ଜଙ୍ଗଲ ବିଭାଗ

Published By : Prameya-News7 Bureau | November 08, 2018 IST

ଭୁବନେଶ୍ୱର ୮/୧୧: ଗତ ୬ ତାରିଖ ଦିନ ଧରାପଡ଼ିଥିବା ମଣିଷଖିଆ ବାଘୁଣୀ ସୁନ୍ଦରୀ କୋଉଠି ରହିବ ତାକୁ ନେଇ ଏବେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ଧରାପଡ଼ିବା ପରେ ସୁନ୍ଦରୀକୁ ଅଢେଇ ଏକର ପରିମିତ ଏକ ଏନକ୍ଲୋଜରରେ ରଖାଯାଇଛି । ଏହି ଏନକ୍ଲୋଜର ମଧ୍ୟରେ ତା’ର ଗାଧୋଇବା ପାଇଁ ଝରଣା । ରହିବା ପାଇଁ ଗୁମ୍ଫା ଆଦି ବ୍ୟବସ୍ଥା କରାଯାଇଛି । ତେବେ ସୁନ୍ଦରୀକୁ ଏମିତି କେତେଦିନ ଆଉ ଅସ୍ଥାୟୀ ଭାବେ ରଖାଯିବ । ତା ପାଇଁ କୌଣସି ସ୍ଥାୟୀ ଯାଗା ବାଛିବା ଏବେ ଜରୁରୀ ହୋଇପଡ଼ିଛି । ସୁନ୍ଦରୀକୁ ନନ୍ଦନକାନନରେ ଛାଡ଼ିବାପାଇଁ ମଧ୍ୟ ଆଲୋଚନା ଚାଲିଥିଲା । ତେବେ କୌଣସି ହିଂସ୍ର ଓ ପ୍ରାକୃତିକ ଭାବେ ଜଙ୍ଗଲରେ ରହିଥିବା ଜନ୍ତୁକୁ ପ୍ରାଣୀଉଦ୍ୟାନରେ ରଖିବା ନିୟମ ବର୍ହିଭୁତ ବୋଲି ପିସିସିଏଫଙ୍କ ପାଖକୁ ଚିଠି ଲେଖି ସତର୍କ କରିଦେଇଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସଦସ୍ୟ ସଚିବ ଡ. ଡି.ଏନ ସିଂ । ଫଳରେ ବର୍ତ୍ତମାନ ନନ୍ଦନକାନନକୁ ସୁନ୍ଦରୀକୁ ନେବା ନେଇ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏଭଳି ଏକ ଚିଠି ଆସିବାପରେ ରାଜ୍ୟ ଜଙ୍ଗଲ ବିଭାଗ ଅଡୁଆରେ ପଡ଼ିଯାଇଛନ୍ତି । ସୁନ୍ଦରୀକୁ ପୁଣି ସାତକୋଶିଆ ଜଙ୍ଗଲ ଭିତରେ ଛଡ଼ାଯିବ ନା ତାକୁ ଅଣାଯାଇଥିବା ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ଦିଆଯିବ ସେ ନେଇ ବିଚାର ବିମର୍ଷ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.