ଜଙ୍ଗଲରେ ବୁଲୁଥିବା ବେଳେ ବାଘୁଣୀ ‘ସୁନ୍ଦରୀ’ର ଭିଡିଓ ଭାଇରାଲ
23/09/2018 at 12:17 AM

ଆଠମଲ୍ଲିକ ୨୨/୦୯: ବାଘୁଣୀ ସୁନ୍ଦରୀର ଭିଡିଓ ଭାଇରାଲ୍ । ଜଙ୍ଗଲରେ ବୁଲୁଥିବା ବେଳେ ସୁନ୍ଦରୀ ଏକ ଗାଡି ସାମ୍ନାକୁ ଆସିଯାଇଛି । ଗାଡିରେ ବସିଥିବା ଲୋକେ ବାଘୁଣୀର ଭିଡିଓ ନିଜ ମୋବାଇଲରେ ଉଠାଇଛନ୍ତି । ସୁନ୍ଦରୀ ବେକରେ ରେଡିଓ କଲାର୍ ଲାଗିଥିବା ଦେଖିବାକୁ ମିଳିଛି । ଆଠମଲ୍ଲିକ ବନଖଣ୍ଡ ଯଦୁପୁର ଫରେଷ୍ଟ ରେଞ୍ଜରେ ବୁଲୁଛି ବାଘୁଣୀ ସୁନ୍ଦରୀ । ଯାହା ଆଠମଲ୍ଲିକ ଅଞ୍ଚଳରେ ଏବେ ବେଶ ଭାଇରାଲ ହୋଇଛି । ନ୍ୟୁଜ୍ ସେଭେନ୍ କୁ ମଧ୍ୟ ଏହି ଭିଡିଓ ମିଳିଛି । ସୁନ୍ଦରୀ ବାଘଣୀକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ, ଏବେ ଏହି ଭିଡିଓ ଆସିଥିବାରୁ ଆଠମଲ୍ଲିକ ଲୋକେ ବି ଭୟଭୀତ ଅବସ୍ଥାରେ ଅଛନ୍ତି ।