୬ ତାରିଖରେ ରାଉଲ ଗାନ୍ଧିଙ୍କ ରାଉରକେଲା ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | February 04, 2019 IST

ରାଉରକେଲା ୪|୨: ରାଉରକେଲା ଗସ୍ତରେ ଆସୁଛନ୍ତି କଂଗ୍ରେସ କମାଣ୍ଡର ରାହୁଲ ଗାନ୍ଧି । ୬ ତାରିଖ ଦିନ ୨ଟା ୧୫ ମିନିଟରେ ରାହୁଲ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ବିମାନବନ୍ଦରରେ ଅବତରଣ  କରିବା ପରେ ଏରୋଡ୍ରମ ପଡ଼ିଆରେ ଉଦବୋଧନ ଦେବେ । ତେଣୁ ଅଧ୍ୟକ୍ଷଙ୍କ ସଭାକୁ ସଫଳ କରିବା ପାଇଁ ପୂରା ଦମ୍‌ରେ ଲାଗିଛି ରାଉରକେଲା କଂଗ୍ରେସ । ସେପଟେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ସହରର  ଗଳିକନ୍ଦିରେ ସାଦା ପୋଷାକରେ ଘୁରି ବୁଲୁଛନ୍ତି ପୋଲିସକର୍ମୀ । ସେହିପରି ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ସହରକୁ ଘେରି ରହିବେ ସିଆରପିଏଫ୍ ଜବାନ । ମୋଟାମୋଟି ରାହୁଲଙ୍କ ଗସ୍ତ ପାଇଁ ରାଉରକେଲାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  

{"id":81780}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.