Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ରେଳ ଷ୍ଟେସନକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ: ସୁରକ୍ଷା ବ୍ୟବସ୍ଥା କଡାକଡି

8/09/2020 at 12:05 PM

ହିସାର ୦୮/୦୯ : ହରିୟାଣା ରେଳ ଷ୍ଟେସନକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି | ଧମକ ପରେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ଏହି ଧମକର ସୂଚନାରେ ଜିଆରପି ଓ ଆରପିଏଫରେ ହଇଚଇ ସୃଷ୍ଟି ହୋଇଛି | ରେଲୱେ ସୁରକ୍ଷା ସହ ଜଡିତ ଉଭୟ ଫୋର୍ସ ଯବାନଙ୍କୁ ଆଲର୍ଟ କରାଯାଇଛି | ୪ ଯୁବକଙ୍କ କଥାବାର୍ତ୍ତାରୁ ଏହି ଧମକ ସାମ୍ନାକୁ ଆସିଛି | ଏହି ଯୁବକଙ୍କ କଥାବାର୍ତ୍ତା ଶୁଣି ଜଣେ ଅଜଣା ମହିଳା ରେଲୱେ ହେଲ୍ପ ଲାଇନ ନମ୍ବରକୁ ଫୋନ କରି ସୂଚନା ଦେଇଥିଲେ | ହରିୟାଣା ରେଳ ଷ୍ଟେସନକୁ ବୋମା ଲଗାଇ ଉଡାଇ ଦେବାକୁ ୪ ଜଣ ଯୁବକ କଥାବାର୍ତ୍ତା କରୁଥିବା ମହିଳା ଶୁଣିଥିଲେ ବୋଲି କହିଥିଲେ |

ଏହି ୪ ଯୁବକ ରାଜସ୍ଥାନ ନମ୍ବର ଯୁକ୍ତ ଗାଡିରେ ବୁଲୁଛନ୍ତି ଏବଂ କୌଣସି ଉଗ୍ରବାଦୀ ସଂଗଠନ ସହ ଜଡିତ ଥିବା କୁହାଯାଉଛି | ତେବେ ଫୋନ କରିଥିବା ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ | ଜିଆରପି ଆରପିଏଫକୁ ପତ୍ର ଲେଖି ଏହି ଧମକ ସମ୍ପର୍କରେ ସଚେତନ କରିଥିଲା | ଜିଆରପି ଏହି ମାମଲାରେ ଅଜଣା ଲୋକଙ୍କ ବିରୋଧରେ ଆଇପିସି ଧାରା ୧୨୪ ଏ ଏବଂ ୫୦୫ ଏକେ-ବି ରେ ମାମଲା ରୁଜ୍ଜୁ କରିଛି |

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନଗୁଡିକରେ ଉଭୟ ସୁରକ୍ଷାବଳ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି | ଷ୍ଟେସନରେ ସନ୍ଦିଗ୍ଧ ଲୋକ ଓଏ ଜିନିଷ ଉପରେ ନଜର ରଖାଯାଉଛି | ରେଳବାଇ ଅଧିକାରୀ, କର୍ମଚାରୀ, କିମ୍ୟାନ ତଥା ଗ୍ୟାଙ୍ଗମ୍ୟାନଙ୍କୁ ଆଲର୍ଟ କରାଯାଇ ଡ୍ୟୁଟି ଦେବାକୁ କୁହାଯାଇଛି | ସୁରକ୍ଷା ପାଇଁ ଷ୍ଟେସନରେ ଅତିରିକ୍ତ ଯବାନ ମଧ୍ୟ ନିୟୋଜିତ କରାଯାଇଛି |

ଏହି ସମ୍ବନ୍ଧରେ ସୂଚନା ମିଳିବା ପରେ ଆରପିଏଫ ଥାନା ପ୍ରଭାରୀ ବିରବଲ କୁମାର ନିଜେ ଛୋଟ ଛୋଟ ଷ୍ଟେସନରେ ରାତିରେ ଗସ୍ତ କରୁଛନ୍ତି | ସେ କହିଛନ୍ତି ଯେ ରେଳ ଧାରଣା ସହ ଯେକୌଣସି ସନ୍ଦିଗ୍ଧ ବସ୍ତୁ ଓ ଗତିବିଧି ଉପରେ ନଜର ରଖାଯାଉଛି | ଯେପର୍ଯ୍ୟନ୍ତ ସ୍ଥିତି ସାମାନ୍ୟ ନ ହୁଏ ସେପର୍ଯ୍ୟନ୍ତ ସୁରକ୍ଷା ପ୍ରବନ୍ଧ ଜାରି ରହିବ ବୋଲି ସେ କହିଛନ୍ତି |

   Related Posts