ସ୍ୱାଧୀନତା ଦିବସ ଉପଲକ୍ଷେ ଦୀଲ୍ଲିରେ ସିକ୍ୟୁରିଟି ବ୍ୟବସ୍ଥା କଡାକଡି
13/08/2018 at 11:32 AM

ଦିଲ୍ଲୀ ୧୩/୮ : ସ୍ୱାଧୀନତା ଦିବସ ଉପଲକ୍ଷେ ଦୀଲ୍ଲିରେ ସିକ୍ୟୁରିଟି ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ବିଭିନ୍ନ ସ୍ଥାନରେ ବିଏସଏଫ, ସିଆପିଏଫ,ଦିଲ୍ଲୀ ପୋଲିସ ଆଇଟିବିପିର ଜବାନଙ୍କୁ ନିଯୁକ୍ତ କରାଯାଇଛି। ଲାଲକିଲା, ଇଣ୍ଡିଆ ଗେଟ ଭଳି ସ୍ଥାନକୁ ସାଧାରଣ ଜନତାଙ୍କ ପାଇଁ ବନ୍ଦକରି ଦିଆଯାଇଛି। ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି। ଏ ନେଇ ୭୨ହଜାର ସିକ୍ୟୁରିଟି ପର୍ସନାଲଙ୍କୁ ନିଯୁକ୍ତ କରାଯାଇଛି। ପୋଲିସ ଛାଉଣିରେ ପରିବର୍ତ୍ତନ ହୋଇଛି ଦିଲ୍ଲୀର ବିଭିନ୍ନ ଛକ,ମେଟ୍ରୋ ଷ୍ଟେସନ ଓ ଆଇଜିଆଇ ଏୟାରପୋର୍ଟ।
ଦୀଲ୍ଲିର ୨୧୪ ମେଟ୍ରୋ ଷ୍ଟେସନ ଏବଂ ଏୟାରପୋର୍ଟରେ ୮୦୦ରୁ ଅଧିକ ସିଆଇଏଫ ନିଯୁକ୍ତ କରଯାଇଛି। ୫୦୦୦ ରୁ ଅଧିକ ସିସିଟିଭି ଲଗାଯାଇ କଣ୍ଟ୍ରୋଲ ରୁମରେ ମନିଟର କରାଯାଉଛି । ଏହା ସହ ମଙ୍ଗଳବାର ଅପରାହ୍ନ ୨ଟାରୁ ବୁଧବାର ପର୍ଯ୍ୟନ୍ତ ମେଟ୍ରୋ ପାର୍କିଂକୁ ବନ୍ଦ ରଖାଯିବ।
୫ ବର୍ଷର ଟର୍ମ ଶେଷ ହେବାର ଶେଷ ଅଭିଭାଷଣ ଲାଲକିଲାରୁ ଦେବେ ପ୍ରଧାନମନ୍ତ୍ରୀ । ଏହି ଭାଷଣ ସାଧାରଣ ଲୋକଙ୍କ ପାଇଁ ଯେତେ ଗୁରୁତ୍ୱ ବହନ କରୁଛି ଚଳିତ ବର୍ଷ ସୁରକ୍ଷା ବି ସେତିକ କଡାକଡି କରାଯାଇଛି।
୬ଟି କଣ୍ଟ୍ରୋଲ ରୁମ ସହ ଲାଲକିଲାର ସବୁ ଦିଗ, ସବୁ ସ୍ଥାନରେ ହାଇକ୍ବାଲିଟି ସିସିଟିଭି ଲଗାଯାଇଛି। ବିଏସଏଫ ସିଆପିଏଫ ସହ ସ୍ବାଟର ଟିମ ମଧ୍ୟ ନିଯୁକ୍ତ ଅଛନ୍ତି। ଏହା ସହ ପ୍ରଥମ ଥର ପାଇଁ ୩୬ ଜଣ ମହିଳା ସ୍ବାଟ୍ ଟିମକୁ ନିଯୁକ୍ତ କରାଯାଇଛି। ଫୁଟ ପେଟ୍ରୋଲିଂ ମଧ୍ୟ କରାଯାଉଛି। ଲୋକ ମାନଙ୍କୁ ସଜାଗ ରହିବା ସହ ସଂଦିଗ୍ଧ ବସ୍ତୁ ବିଷୟରେ ପୋଲିସ ଅବଗତ କରାଇବା ପାୟିଁ ସୂଚନା ଦିଆଯାଇଛି।