Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିଶ୍ବକପ୍ ହକି ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି ; ଦାୟିତ୍ବରେ ୭୫ ପ୍ଲାଟୁନ୍ ପୋଲିସ ଫୋର୍ସ

27/11/2018 at 12:01 PM

ଭୁବନେଶ୍ବର ୨୭|୧୧:  ରାଜଧାନୀରେ ଏବେ ପିଲାଠୁ ବୁଢା ସମସ୍ତଙ୍କ ହାର୍ଟ ବିଟସ ଫର୍ ହକି ।  ଏ.ଆର୍. ରେହମାନଙ୍କ ସହ ବଲିଉଡ୍ ଓ ଓଲିଉଡ୍ ଷ୍ଟାରଙ୍କ ଜଲୱା ଦେଖିବେ ଦର୍ଶକ । ପାର୍କିଂରୁ ଗ୍ୟାଲେରିକୁ ଯିବାକୁ ୪୦ଟି ବସ୍ ବ୍ୟବସ୍ଥା ହୋଇଛି । ଏଥି ସହ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ୭୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାଜଧାନୀରେ ଆରମ୍ଭ ହୋଇଯିବ ହକି ମହାକୁମ୍ଭ । ଉଦଘାଟନୀ ଉତ୍ସବ ପାଇଁ ପହଞ୍ଚଲେଣି ସେଲିବ୍ରିଟି । ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ଭୁବନେଶ୍ବରରେ ପହଞ୍ଚିସାରିଥିବା ବେଳେ ଆସୁଛନ୍ତି ଅନ୍ୟ ସେଲିବ୍ରିଟି । ସେପଟେ କଳିଙ୍ଗ ଷ୍ଟାଡିୟମ ବି ପୁରା ପ୍ରସ୍ତୁତ । ଦର୍ଶକ ଦେଖିବେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଷ୍ଟାଡିୟମ୍ ଭିତରକୁ କିଭଳି ଲୋକେ ସୁରୁଖୁରୁରେ ଯିବେ ସେଥିପାଇଁ ପୋଲିସ ଓ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପଟିଆ ପଟୁ ଆସୁଥିବା ଦର୍ଶକଙ୍କ ପାଇଁ ଜନତା ମଇଦାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେମାନେ ୩, ୪, ୫, ୫-ଏ, ୬, ୭ ଓ ୮ ନମ୍ବର ଗେଟ୍ ଦେଇ ଗ୍ୟାଲେରି ଭିତରକୁ ଯିବେ । ଖୋର୍ଦ୍ଧା ଓ ଖଣ୍ଡଗିରି ପଟୁ ଆସୁଥିବା ଦର୍ଶକ ନୟାପଲ୍ଲୀ ଦୁର୍ଗାପୂଜା ପଡିଆ ଓ ରାବଣପୋଡି ପଡିଆରେ ପାର୍କିଂ କରିବେ । ୯ ନମ୍ବର ଗେଟ୍ ଦେଇ ଷ୍ଟାଡିୟମରେ ପ୍ରବେଶ କରିବେ । ମାଷ୍ଟରକ୍ୟାଣ୍ଟିନ, ଗଭର୍ଣ୍ଣର ହାଉସ ପଟୁ ଆସୁଥିବା ଦର୍ଶକ ୨, ୩, ୨-ଏ ଗେଟ୍ ଦେଇ ଏଣ୍ଟ୍ରି କରିବେ ।

ସେପଟେ ସିକ୍ୟୁରିଟି ବ୍ୟବସ୍ଥା କଡାକଡି କରାଯାଇଛି । ଖେଳାଳିଙ୍କଠୁ ଆରମ୍ଭ କରି ଦର୍ଶକଙ୍କ ସୁରକ୍ଷା ଦାୟିତ୍ବରେ ରହିବେ ୭୫ ପ୍ଲାଟୁନ୍ ପୋଲିସ ଫୋର୍ସ । ପ୍ରତ୍ୟେକ ଗେଟରେ ଦର୍ଶକଙ୍କୁ ଯାଞ୍ଚ କରି ଭିତରକୁ ଛଡାଯିବ । ଦର୍ଶକଙ୍କ ପାଇଁ ସାଢେ ୪ଟାରୁ ଗେଟ୍ ଖୋଲା ରହିବ ବୋଲି ପୋଲିସ ଡିଜି ଡାକ୍ତର ଆର.ପି ଶର୍ମା ସୂଚନା ଦେଇଛନ୍ତି ।

   Related Posts