Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଶିକାରୀଙ୍କ ଟାର୍ଗେଟ୍‌ରେ ବାଘ, ୧୦ ବର୍ଷରେ ଶିକାର ହେଲେଣି ୧୫୦ରୁ ଅଧିକ କଲରାପତରିଆ

19/10/2021 at 9:06 PM

ଭୁବନେଶ୍ଵର ୧୯।୧୦: ଏସଟିଏଫ ପଞ୍ଜାରେ ବାଘ ବେପାରୀ । ଦୁଇଟି ବାଘଛାଲ ଜବତ କରିଛି ଏସଟିଏଫର ସ୍ଵତନ୍ତ୍ର ଟିମ । ବୌଦ୍ଧ ମନମୁଣ୍ଡା ଅଞ୍ଚଳରୁ ବାଘଛାଲ ବେପାର ପାଇଁ ଉଦ୍ୟମ କରୁଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ। ବନ ବିଭାଗ ସହାୟତାରେ ଏହି ବାଘଛାଲ ବେପାରୀଙ୍କୁ ଟାର୍ଗେଟ୍ କରିଥିଲା ଏସଟିଏଫ।

ଜଙ୍ଗଲରେ ଅସୁରକ୍ଷିତ ଏବେ ଜଙ୍ଗଲର ରାଜା ।  ଶିକାରୀଙ୍କ ଟାର୍ଗେଟ୍‌ରେ ଏବେ ବାଘ । ବିଭିନ୍ନ  ଜଙ୍ଗଲରେ ଚାଲିଛି ବାଘଙ୍କ ଅବାଧ ଶିକାର । STF ପଞ୍ଝାରେ ପଡିଛି ଜଣେ ବାଘଛାଲ ବେପାରୀ । ତାଠାରୁ ୨ଟି କଲରା ପତରିଆ ବାଘ ଛାଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ବୌଦ୍ଧ କଣ୍ଟାମାଳ ଲୁନ୍ଦ୍ରା ଗାଁର  ଜୀବର୍ଦ୍ଧନ ଭୋଇ । ବାଘ ଛାଲ ବିକ୍ରି ପାଇଁ ବୌଦ୍ଧ ମନମୁଣ୍ଡା ଫରେଷ୍ଟ ରେଞ୍ଜ୍ କପାସିରା ଗାଁରେ ଡିଲ୍ କରୁଥିବା ବେଳେ ଜୀବର୍ଦ୍ଧନକୁ ମାଡିବସିଥିଲା STF । ଏହି ବାଘଙ୍କୁ କେଉଁ ଜଙ୍ଗଲରୁ ଶୀକାର କରାଯାଇଥିଲା ସେ ନେଇ ବନ ବିଭାଗକୁ ତଦନ୍ତ କରିବାକୁ ମାମଲା ହସ୍ତାନ୍ତର କରାଯାଇଛି ।

ଅବାଧ ବାଘ ଶିକାର ଯୋଗୁଁ ରାଜ୍ୟରେ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି । କେବଳ ମହାବଳ ବାଘ ନୁହେଁ ଏବେ କଲରାପତରିଆ ବାଘ ମଧ୍ୟ ବିଲୁପ୍ତ ହେଲେଣି । ୨୦୧୯ ସୁଦ୍ଧା ରାଜ୍ୟରେ ୩୧୮ଟି କଲରାପତରିଆ ବାଘ ରହିଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ଦେଢ ଶହରୁ ଅଧିକ କଲରାପତରିଆ ଶିକାର କରାଯାଇଛି । ବିଦେଶରେ ବାଘଛାଲର ଚାହିଦା ବଢୁଥିବାରୁ ଏମିତି ଶିକାର ଚାଲିଥିବା କୁହାଯାଉଛି । ଓଡିଶାରୁ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଦେଇ ନେପାଳ ଓ ପରେ ଚୀନ ମିଆଁମାରକୁ ଚାଲାଣ ହେଉଛି ବାଘଛାଲ  । ବାଘ ହାଡ, ନଖ, ଅଙ୍ଗରୁ ଅଳଙ୍କାର, ବିଭିନ୍ନ ଫ୍ୟାସନେବୁଲ୍ ସାମଗ୍ରୀ ତିଆରି ହୋଇ ଲକ୍ଷଲକ୍ଷ ଟଙ୍କାରେ ବିକ୍ରି ହେଉଥିବାରୁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ବାଘଙ୍କ ଉପରେ ପଡୁଛି ।

ଗତ ବର୍ଷକ ମଧ୍ୟରେ STF ୧୮ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିଥିବା ବେଳେ ୩୬ ଜଣଙ୍କୁ ଗିରଫ ଗଲାଣି । ହେଲେ ବନ ବିଭାଗ ଅଧିକାରୀ ଏହାକୁ ନେଇ ଚିନ୍ତିତ ଥିଲାଭଳି ଲାଗୁ ନାହାନ୍ତି । ବାଘ ଓ ଅନ୍ୟାନ୍ୟ ଜଙ୍ଗଲୀ ଜନ୍ତୁ ଶିକାରୀଙ୍କୁ ଏସ୍ଟିଏଫ୍ ଧରିପାରୁଥିବା ବେଳେ ବନ ବିଭାଗ କାହିଁକି ଧରିପାରୁନାହିଁ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ରାଜ୍ୟରେ ଦିନକୁ ଦିନ କଲରାପତରିଆ ବାଘ ଶିକାର ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଆରମ୍ଭ କରିଛି ଅପରେସନ୍ । କ୍ରାଇମବ୍ରାଂଚ ଟିମ୍ ଅଣ୍ଡର କଭର ଏଜେଣ୍ଟ ମାନଙ୍କ ସହ ମିଶି ବାଘ ଚମଡା ବିକ୍ରି କରୁଥିବା ରାକେଟର ପର୍ଦାଫାଶ କରିବାରେ ସଫଳ ହୋଇଛି । ହେଲେ ଏହି ବେପାରୀଙ୍କ ବିଦେଶ ଲିଙ୍କ ନେଇ କୌଣସି ତଥ୍ୟ ପଦାକୁ ଆସିପାରୁନାହିଁ ।

୨୦୧୬ ସେନ୍ସସରୁ ଜଣା ପଡିଥିଲା ହୀରାକୁଦ ସଂରକ୍ଷିତ ଜଙ୍ଗଲରେ ୨୨ଟି ଓ ବଡରମା ସଂରକ୍ଷିତ ଜଙ୍ଗଲରେ ୮ଟି କଲରା ପତରିଆ ବାଘ ଥିଲେ । ସେହି ଅଞ୍ଚଳରୁ ଏହି ବାଘଙ୍କୁ ଶିକାର କରାଯାଇଛି କି ନା ସେ ନେଇ ତନାଘନା ଆରମ୍ଭ ହୋଇଛି । ତେବେ ଜବତ ହେଉଥିବା ବାଘଛାଲ ରାଜ୍ୟ ବାହାରର ବୋଲି କହି ବନ ବିଭାଗ ନିଜ ଦାୟିତ୍ବରୁ ହଟିବାକୁ ଅନେକ ସମୟରେ ଚେଷ୍ଟା କରିଛି।  

   Related Posts