Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିବରାଜ କି ମହାରାଜ… ମଧ୍ୟ ପ୍ରଦେଶରେ ଏବେ ‘ଟାଇଗର’ କିଏ ? ଉଠିଲା ପ୍ରଶ୍ନ

2/07/2020 at 8:25 PM

ଭୋପାଳ ୦୨।୦୭: କ୍ୟାବିନେଟ୍‌ ବିସ୍ତାର ପରେ ମଧ୍ୟ ପ୍ରଦେଶ ରାଜନୀତିରେ ଆଉ ଏକ ବିତର୍କ ଆରମ୍ଭ ହୋଇ ଯାଇଛି ଯେ,  ଟାଇଗର କିଏ ? ରାଜଭବନରୁ ବାହାରିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଟାଇଗର ଅଭି ଜିନ୍ଦା ହେ। ଏ ହେଉଛି ସେହି ଡାଇଲଗ୍‌, ଯାହାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ୨୦୧୮ରେ ହାତରୁ କ୍ଷମତା ଯିବା ପରେ କହିଥିଲେ। ଶିବରାଜ ସିଂହ ଚୌହ୍ଵାନ କହିଥିଲେ ଯେ, ଟାଇଗର ଅଭି ଜିନ୍ଦା ହେ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସେହି କଥାକୁ ଦୋହରାଇଛନ୍ତି। ମାତ୍ର ସେ ଏଥର ଟାଇଗର ଜିନ୍ଦା ହେ ନିଜ ପାଇଁ କହିଛନ୍ତି। ରାଜନୈତିକ ମହଲରେ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ, ମଧ୍ୟ ପ୍ରଦେଶରେ ବିଜେପିର ନୂତନ ଟାଇଗର କଣ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହାର ଝଲକ ଆଜି କ୍ୟାବିନେଟ୍ ବିସ୍ତାରରେ ମଧ୍ୟ ଦେଖିବାକୁ ମିଳିଛି। କ୍ୟାବିନେଟ୍‌ରେ ସିନ୍ଧିଆଙ୍କ କ୍ୟାମ୍ପର ଦବଦବା ରହିଛି। ସିନ୍ଧିଆ ଯେତେ ବି ନାମ ପ୍ରସ୍ତାବ ଦେଇଥିଲେ, ସେମାନଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି।

ଟାଇଗର ଜିନ୍ଦା ହେ

୨୦୧୮ ବିଧାନସଭା ନିର୍ବାଚନରେ ପରାସ୍ତ ପରେ ଶିବରାଜ ସିଂହ ଚୌହ୍ଵାନ କ୍ଷମତାଚ୍ୟୁତ୍ ହୋଇଥିଲେ। କ୍ଷମତା ଯିବା ପରେ ବୁଧନୀରେ ଶିବରାଜ ସିଂହ ଏକ ରାଲିକୁ ସମ୍ବୋଧିତ କରୁଥିଲେ। ସମ୍ବୋଧନରେ ସେ କହିଥିଲେ, ମୋର କଣ ହେବ କେହି ଚିନ୍ତା କରନ୍ତୁ ନାହିଁ, ମୁଁ ତ ଅଛି ଶିବରାଜ ସିଂହ ଚୌହାନ, ଟାଇଗର ଅଭି ଜିନ୍ଦା ହେ। ଏହା ପରେ ଶିବରାଜ ସିଂହ ଚୌହାନ ନିଜର ଅନେକ ସଭାରେ ଏହି ଲାଇନ୍‌କୁ ଦୋହରାଇଥିଲେ। ଏବେ ସିନ୍ଧିଆ ଏହାର ପ୍ରୟୋଗ କରିଛନ୍ତି।

ଟାଇଗରକୁ ନେଇ ସଂଘର୍ଷ

ଅନ୍ୟପକ୍ଷେ ଜ୍ୟୋତିରାଦିତ୍ୟଙ୍କ ଟାଇଗର ବୟାନ ଉପରେ କଂଗ୍ରେସ ହମଲା କରିଛି। କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସଲୁଜା କହିଛନ୍ତି, ମନ୍ତ୍ରିମଣ୍ଡଳ ପରେ ଟାଇଗରକୁ ନେଇ ସଂଘର୍ଷ ଚାଲିଛି। ଶିବରାଜ ସିଂହ ଚୌହାନ ଆରମ୍ଭରୁ କହିଥିଲେ ଯେ, ଟାଇଗର ଅଭି ଜିନ୍ଦ ହେ। ଏବେ ସିନ୍ଧିଆ କହୁଛନ୍ତି ଯେ, ଟାଇଗର ଅଭି ଜିନ୍ଦା ହେ। ବିଚାରା ଶିବରାଜଜୀଙ୍କଠୁ ମନ୍ତ୍ରୀ ଛଡାଇ ନିଆଗଲା ଏବଂ ଏବେ ଟାଇଗର ଛଡାଇ ନେବାକୁ ପ୍ରସ୍ତୁତି ଚାଲିଛି।

ମହାରାଜ ଯୁଗ ଆରମ୍ଭ

ଉଲ୍ଲେଖଯୋଗ୍ୟ, ମନ୍ତ୍ରିମଣ୍ଡଳ ବିସ୍ତାର ପରେ ବିଜେପିରେ ମହାରାଜ ଯୁଗ ଆରମ୍ଭ ହୋଇ ଯାଇଛି। ଶିବରାଜ କ୍ୟାବିନେଟ୍‌ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୪୧ ପ୍ରତିଶତ ଅନୁଗତଙ୍କୁ ପଦ ମିଳିଛି। ତୁଳସି ସିଲାବଟ ଓ ଗୋବିନ୍ଦ ସିଂହ ରାଜପୁତ କ୍ୟାବିନେଟ୍‌ରେ ପୂର୍ବରୁ ହିଁ ସାମିଲ ଥିଲେ। ଆଜି ବିସାହୁଲାଲ ସିଂହ, ଏଦଲ ସିଂହ କଂସନା, ଇମରତି ଦେବୀ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂହ ସିସୋଦିଆ, ଓପିଏସ ଭଦୋରିଆ, ପ୍ରଦ୍ୟୁମ୍ନ ସିଂହ ତୋମାର, ହରଦୀପ ସିଂହ ଡଙ୍ଗ, ରାଜବର୍ଦ୍ଧନ ସିଂହ ଦନ୍ତିଗାଅଁ, ଗିରିରାଜ ଦଣ୍ଡୋତିଆ ଓ ସୁରେଶ ଧାକଡଙ୍କୁ କ୍ୟାବିନେଟ୍‌ରେ ପଦ ମିଳିଛି।

   Related Posts