Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପାର୍ଟନର ସନ୍ଧାନରେ ୨୦୦୦ କିଲୋମିଟର ଚାଲିଲା ମହାବଳ

9/03/2020 at 1:29 PM

ପ୍ରେମ ଅନ୍ଧ! ମଣିଷ ହେଉ କି ପଶୁ ପକ୍ଷୀ ସମସ୍ତ ପ୍ରେମରେ ବନ୍ଧା। ଜଙ୍ଗଲର ମହାବଳ ବାଘ ବି ଏଥିରୁ ବାଦ ପଡିନି। ଏକ ଉପଯୁକ୍ତ ଜୀବନ ସାଥୀ ସନ୍ଧାନରେ ବାହାରିଥିବା ମହାବଳ ବାଘ ଚାଲି ଚାଲି ୨ ହଜାର କିଲୋମିଟର  ରାସ୍ତା ଅତିକ୍ରମ କରିଥିବା ଜଣେ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କାଶୱନ୍ ଟ୍ୱିଟରୁ ଜଣାପଡିଛି। ପ୍ରବୀଣ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ବାଘର ଫଟୋ ଓ ଅତିକ୍ରମ କରିଥିବା ରାସ୍ତାର ନକ୍ସା ସେୟାର କରିଥିବା ବେଳେ ତାହା ପ୍ରାଣାପ୍ରେମୀଙ୍କୁ ଚକିତ କରିଛି। ବାଘଟି ଏବେ ଜ୍ଞାନ ଗଙ୍ଗା ଜଙ୍ଗଲରେ ପହଞ୍ଚିଛି। ତେବେ ଏତେ ଦୀର୍ଘ ପଥ ଅତିକ୍ରମ କରିବାରେ ସେ କାହାରି ହାନୀ କରିନଥିବା ତା ଦୀର୍ଘ ଯାତ୍ରାର ସବୁଠୁ ବଡ ଆଶ୍ଚର୍ଯ୍ୟ।

ବାଘଟି ଦିନରେ ଶୋଉଥିବା ଓ ରାତିରେ ଚାଲୁଥିଲା। ତା ରାସ୍ତାରେ ଆସିଥିବା ସମସ୍ତ ଅବରୋଧକୁ ସେ ଚାଲି ଚାଲି ପାର କରିଥିଲା। ଏଥିରେ ସେ ଅନେକ ବିଲବାଡି ଖେତ, ଜଙ୍ଗଲ, ନଈ ଓ ନାଳ ବି ପାର କରିଛି। ତେବେ ବାଘଟି ନିୟମିତ ଯାତ୍ରାରେ ରହିବା ଜଣାପଡିବା ପରେ ବନ ବିଭାଗ ତା ଉପରେ ନଜର ରଖିବା ଆରମ୍ଭ କରିଥିଲା। ଦିନରେ ଯାତ୍ରା ହୁଏତ କଷ୍ଟସାଧ୍ୟ ହୋଇପାରେ ଓ ଏଥିରେ ତାକୁ ବାଧା ହୋଇପାରେ ଏଣୁ ସେ ରାତିରେ ଚାଲୁଥିଲା। ଏଥିରେ ସେ ନିଜ ଲାଗି ଆହାର ଓ ପାନୀୟ ବି ଯୋଗାଡ କରୁଥିଲା। ହେଲେ କୌଣସିଠାରେ ସେ କାହାରିକୁ କ୍ଷତି କରିଥିବାର ଅଭିଯୋଗ ମିଳିନାହିଁ।

ବନ ସେବା ଅଧିକାରୀଙ୍କ ଟ୍ୱିଟ୍‌ରୁ ମହାବଳର ଜୀବନ ସାଥୀ ସନ୍ଧାନ କଥା ଲୋକେ ଜାଣିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ଲୋକେ ବାଘକୁ ଟ୍ରାକ୍‌ କରିବା ସହ ତାର ନୂଆ ନୂଆ ଫଟୋ ବି ସେୟାର କରୁଛନ୍ତି। ବାଘର କାହାଣୀ ବି ଏବେ ବେଶ୍ ପ୍ରସାରିତ ହେଉଛି। ଏଥିରେ ୟୁଜରଙ୍କ ରୋଚକ ମନ୍ତବ୍ୟ ଟ୍ୱିଟ୍‌କୁ ବି ଅଧିକ ରୋମାଞ୍ଚିତ କରୁଛି। ତେବେ ସୋସିଆଲ ମିଡିଆରେ ଏବେ ଯାହା ରୋଚକ ପ୍ରସଙ୍ଗ ପାଲଟିଛି ତାହା ହେଉଛି କ’ଣ ?ବାଘକୁ ବଘୁଣୀ ମିଳିଲା କି ନା। ତେବେ ଦେଶରେ ବାଘଙ୍କ ଜୀବନ ଚକ୍ର କସୱାନଙ୍କ ଟ୍ୱିଟ୍‌ରୁ ସ୍ପଷ୍ଟ ହୋଇଯାଇଛି। ବାଘମାନେ  ସାଧାରଣତଃ ନଭେମ୍ବରରୁ ଏପ୍ରିଲ ମାସ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି। ଏଣୁ ମହାବଳ ଏବେ ମହାରାଷ୍ଟ୍ରର ଜ୍ଞାନଗଙ୍ଗା ଜଙ୍ଗଲରେ ଜୀବନ ସାଥୀ ତଲାସରେ ଥିବା ଜଣାପଡିଛି।

   Related Posts