Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ମହାବଳର ପ୍ରେମ କାହାଣୀ: ସାଥୀକୁ ଖୋଜିବା ପାଇଁ ୨୦୦୦ କିମି ଚାଲିଲା ବାଘ

6/03/2020 at 6:17 PM

ନୂଆଦିଲ୍ଲୀ  ୦୬|୦୩:  କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ପ୍ରେମରେ ପଡିଥାନ୍ତି। ନିଜ ସାଥୀଙ୍କୁ ଖୋଜିବା ପାଇଁ ସାତ ଦରିଆ ପାର କରିବାକୁ ମଧ୍ୟ ସେମାନେ ପ୍ରସ୍ତୁତ। ସେମାନେ ମଧ୍ୟ ଅସାଧ୍ୟକୁ ସାଧ୍ୟ କରିବା ପାଇଁ ସ୍ୱପ୍ନ ଦେଖନ୍ତି। ଏକ ବାଘ କ୍ଷେତ୍ରରେ ଏପରି ହୋଇଛି। ନିଜ ପ୍ରେମିକାକୁ ଖୋଜିବା ପାଇଁ ଏକ ବାଘ ୨୦୦୦ କିମି ଅତିକ୍ରମ କରିଛି।

ଏହି ବାଘର ଫଟୋ ସହ ମ୍ୟାପ୍ ଟ୍ରାକିଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାଘଟି ସାଥୀର ସନ୍ଧାନରେ ଅନେକ ନଦୀ, କେନାଲ, ପଡିଆ, ଜଙ୍ଗଲ ଆଦି ଅତିକ୍ରମ କରିଛି। ସେ ଦିନ ରାତି ନ ରହି ସାଥୀକୁ ଖୋଜିବାରେ ଚାଲୁଥିଲା। ଏହି ଫଟୋକୁ ଆଇଏଫଏସ  ଅଫିସର ପ୍ରବୀଣ କସ୍ୱାନ ସେୟାର କରିଛନ୍ତି।

ସେ ଲେଖିଛନ୍ତି ଯେ, ବାଘଟି ଭାରତରୁ ବାହାରି ବୁଲିବୁଲି ଶେଷରେ ନ୍ୟାଙ୍ଗଙ୍ଗା ଜଙ୍ଗଲରେ ଅଟକିଛି। ଏହା ମହାରାଷ୍ଟ୍ରର ବୁଲଧାମା ଜିଲ୍ଲାରେ ଅବସ୍ଥିତ। ଏହି ଅଭୟାରଣ୍ୟ ମେଲଘାଟ ବ୍ୟାଘ୍ର ସଂରକ୍ଷଣର ଅଂଶବିଶେଷ।

ଏହି ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ଅନେକ ୟୁଜର ରିଟ୍ୱିଟ କରିବା ସହ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ବାଘଟି ଯାହା ପାଇଁ ୨୦୦୦ କିମି ଚାଲିଲା ସେ ବହୁତ ଭାଗ୍ୟବାନ ହୋଇଥିବ। ଆଉ ଜଣେ ୟୁଜର ବାଘକୁ ପ୍ରକୃତ ହୀରୋ ବୋଲି କହିଛନ୍ତି।

   Related Posts