ମୟୁରଭଞ୍ଜ ୨୩/୧: ମୟୁରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ସରଗଡା ଜଙ୍ଗଲରେ ବାଘ ଆତଙ୍କ । ରାତି ଅଧରେ ନିକଟସ୍ଥ ଗାଁରେ ପଶି ଗୃହପାଳିତ ପଶୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସରଗଡା ଗାଁରେ ଗୁହାଳରେ ପଶି ଗୋଟିଏ ଗାଈକୁ ଭିଡି ନେଇ ମାରିଦେଇଛି ବାଘ ।
{"id":214844,"sizeSlug":"large"}ଘଟଣା ପରେ ସରଗଡା ଓ ଆଖପାଖ ଅଞ୍ଚଳରର ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ଗାଁ ଆଖପଖରେ ବାଘର ପାଦ ଚିହ୍ନ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ କଲରାପାତିଆ ବାଘ ବୋଲି ରେଞ୍ଜ ଅଫିସର ସୂଚନା ଦେଇଛନ୍ତି।