ଅନୁଗୁଳରେ ଥମିନି ବାଘୁଣୀ ସୁନ୍ଦରୀର ଆତଙ୍କ

Published By : Prameya-News7 Bureau | September 04, 2018 IST

ଅନୁଗୁଳ ୪|୯: ଥମିନି ବାଘୁଣୀ ସୁନ୍ଦରୀର ଆତଙ୍କ । ଅନୁଗୁଳ ଆଠମଲ୍ଲିକ ବ୍ଲକ ବିପ୍ରଡିହ ଗାଁ ନିକଟରେ ବୁଲୁଛି ସୁନ୍ଦରୀ । ଶିକାର ପାଇଁ ଗତକାଲି ରାତିରୁ ଗାଁ ଚାରିପାଖରେ ବୁଲୁଛି ସୁନ୍ଦରୀ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ବିପ୍ରଡିହ ଗାଁ ଲୋକେ । ଖବର ପାଇ ଗାଁରେ ପହଞ୍ଚିଛି ବନ ବିଭାଗ । ଗତ ବୁଧବାର ରଞ୍ଜନ ନାୟକଙ୍କ ଗାଈଗୋଠରୁ ଗୋଟିଏ ବାଛୁରୀକୁ ସୁନ୍ଦରୀ ଉଠାଇ ନେଇଥିଲା । ବାଛୁରୀ ଖାଇବା ନିଶାରେ ଚଣାଗୋଡ଼ିନାଳର ପ୍ରଖର ପାଣିକୁ ପାର୍ କରି ୮/୯ମାସର ବାଛୁରୀ ଛୁଆକୁ ଗୋଚର ଭୂଇଁରୁ ଟେକି ନେଇ ଶିକାର କରିଥିଲା ସୁନ୍ଦରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.