Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାତକୋଶିଆରେ ପୁଣି ବାଘୁଣୀ ସୁନ୍ଦରୀର ଆକ୍ରମଣ

14/09/2018 at 10:14 PM

ଆଠମଲ୍ଲିକ ୧୪/୦୯: ସାତକୋଶିଆରେ ପୁଣି ବାଘୁଣୀ ସୁନ୍ଦରୀର ଆତଙ୍କ ଅଭିଯୋଗ । ଆଜି ପୁଣି ଆତଙ୍କ ଖେଳାଇଛି ବାଘୁଣୀ ସୁନ୍ଦରୀ । ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ଅଧିନରେ ଥିବା ବିପ୍ରଡିହି ଗାଁରେ ୩ଟି ବାଛୁରୀକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜଣେ ଗ୍ରାମବାସୀ ଗାଈ ଚରାଉଥିବା ବେଳେ ଗୋଟିଏ ବାଛୁରୀକୁ ବାଘ ଆକ୍ରମଣ କରିଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଫରେଷ୍ଟ୍ ଗୋଦାମ ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହାସହ ଧଣ୍ଡାତୋପା ରେଞ୍ଜର ରାହସ ଚନ୍ଦ୍ର ସାହୁଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ରେଞ୍ଚର ବିଳମ୍ବରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

   Related Posts