ହଳଦୀ ଗାଁରେ ପୁଣି ଦେଖାଗଲା ବାଘ, ପୂର୍ବରୁ ମା’ କୋଳରୁ ୪ବର୍ଷର ଶିଶୁକୁ ଝାମ୍ପି ନେଇଥିଲା

Published By : Prameya-News7 Bureau | January 25, 2021 IST

ନୂଆପଡା ୨୫।୧: ନୂଆପଡା ହଳଦୀ ଗାଁରେ ପୁଣି ଦେଖାଦେଲା ବାଘ ଆତଙ୍କ । ଖରିଆର ରୋଡ୍ ରେଞ୍ଜ ହଳଦୀ ଗାଁ ଜଙ୍ଗଲ ସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଫଳରେ ହଳଦୀ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁରେ ପହଞ୍ଚି ଭୟଭୀତ ନହେବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛି ବନ ବିଭାଗ ।

୨୦୧୭ ମସିହାରେ ହଳଦୀ ଗାଁରେ ୨ଟି ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ୪ ବର୍ଷର ଶିଶୁକୁ ମା’ କୋଳରୁ ଝାମ୍ପି ନେଇଥିଲା ବାଘ । ତେବେ ବନବିଭାଗର ଚେଷ୍ଟା ପରେ ସେହି ୨ଟି ବାଘକୁ ପିଞ୍ଜରା ବସାଇ ଧରିଥିଲା । ପରେ ସେହି ବାଘ ଦୁଇଟିକୁ ନନ୍ଦନକାନନକୁ ଅଣାଯାଇଥିଲା । ଏବେ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ବାଘ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.