Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଡିଲ୍ ବେଳେ ଚଢାଉ, ବାଘ ଛାଲ ଜବତ ସହ ଦୁଇ ଗିରଫ

20/09/2021 at 5:41 PM

ବାରିପଦା ୨୦।୯: ବାରିପଦା ସହର ମଝିରେ ଥିବା ଏକ ହୋଟେଲରେ ବାଘଛାଲ ବ୍ୟବସାୟ ଡିଲ୍ ସମୟରେ ବନ ବିଭାଗର ଚଢଉ । ବାଘ ଛାଲ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ବାରିପଦାର  ଦିବ୍ୟା ହୋଟେଲର ଏକ ରୁମରେ ବେପାରୀ ଓ କ୍ରେତାଙ୍କ ମଧ୍ୟରେ ବ୍ୟାପାର ସମୟରେ ମାଡି ବସିଲା କ୍ରାଇମବ୍ରାଞ୍ଚ ଓ ବନ ବିଭାଗ । ଗିରଫ ଯୁବକ ଜଣକ ହେଲେ ଜଣେ ଇଞ୍ଜିନିୟରିଂ ଛାତ୍ର । ଗିରଫ ଜଣକ ବାରିପଦା ରେଞ୍ଜ ଅନ୍ତର୍ଗତ ଖାନୁଆ ଅଞ୍ଚଳର ବିକାଶ ବିନୟ ସିଂ । ଯୁବକଠାରୁ ସୂଚନା ପାଇ ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ଘରୁ ଉଠାଇ ଆଣିଛି ବନ ବିଭାଗ । ଅଟକ ସହଯୋଗୀ ଜଣକ ପଳାସବଣି ଅଞ୍ଚଳର ବିକାଶ ଚନ୍ଦ୍ର ବେଣ୍ଟକା ବୋଲି ବନ ବିଭାଗ ସୂଚନା ଦେଇଛି । ଏନେଇ ତଦନ୍ତ ଚାଲିଥିବା ବେଳେ ଅନ୍ୟ ସମ୍ପୃକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରିବ ନେଇ ବାରିପଦା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts