ବାଘ ଛାଲ କାରବାରର ପର୍ଦ୍ଦାଫାଶ, ଜଣକୁ ଗିରଫ କଲା ବନ ବିଭାଗ
3/09/2020 at 4:47 PM

ରାଇରଙ୍ଗପୁର ୩।୯: ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗ୍ରାମରେ ବାଘ ଛାଲ ଜବତ ହୋଇଛି । ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲା । ଗୋଟିଏ ବାଘ ଛାଲ ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ଏହାସହ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି । ବାଘ ଛାଲ କାରବାରରେ ଲିପ୍ତ ଥିବା ଦୁର୍ବୃତ୍ତଙ୍କୁ ବନ ବିଭାଗ ୬/୭ ମାସରୁ ଟ୍ରାକ କରିଆସୁଥିଲେ । ତେବେ ଗୁରୁବାର କଟାସ ଗ୍ରାମରେ ଘର ଭିତରେ କାରବାର ଚାଲିଥିବା ବେଳେ ଚଢ଼ାଉ କରିଥିଲେ । କାରବାରରେ ଲିପ୍ତ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ବଡବାଲି ଚୁଆର ଲକ୍ଷ୍ମଣ ନାଏକଙ୍କୁ ଗିରଫ କରିଛି ବନ ବିଭାଗ ।