ବାଲିପଡା ଅଞ୍ଚଳରୁ ବାଘ ଚମଡା ଜବତ : ମୋଟର ସାଇକେଲ୍ ଜବତ, ଜଣେ ଗିରଫ

Published By : Prameya-News7 Bureau | September 14, 2020 IST

ବ୍ରହ୍ମପୁର ୧୪।୦୯: ବ୍ରହ୍ମପୁର ବନାଞ୍ଚଳ ବାଲିପଡ଼ା ଅଞ୍ଚଳରୁ ବାଘ ଚମଡା ଜବତ କରିଛି ବନ ବିଭାଗ । ଗୋଟିଏ ମୋଟର ସାଇକେଲ ଜବତ ସହ ଜଣଙ୍କୁ ଗିରଫ କରିଛି ବନବିଭାଗ । ଏନେଇ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍‌ ନାଏକ ସୂଚନା ଦେଇଛନ୍ତି ।  

ବ୍ରହ୍ମପୁର ଅଞ୍ଚଳରେ ବାଘ ଚମଡା କାରବାର ଚାଲୁଥିବାର ଖବର ପାଇଥିଲା ବନବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍ ବାଲିପଡ଼ା ସ୍ଥଳରେ ଚଢାଉ କରିଥିଲା , ଏବଂ ସେଠାରୁ ବାଘ ଚମଡାକୁ ଜବତ କରିଛି । ତେବେ ଏହା ପଛରେ ଆଉ କାହାର ହାତ ରହିଛି କି ନାହିଁ । କେଉଁଆଡେ ଚାଲାଣ କରୁଥିଲେ ଏ ସବୁର ତଦନ୍ତ ଜାରି ରହିଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.