Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଲକଡାଉନରେ ବାଘ ଶୀକାର : ଶିକାରୀକୁ ଧରିବାକୁ ଜାଲ ବିଛାଇଛି କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଟାସ୍କ ଫୋର୍ସ

8/06/2020 at 5:11 PM

ନୟାଗଡ଼ ୦୮/୦୬ : ଲକ ଡାଉନରେ ଓଡିଶାରେ ଚାଲିଛି ବେଧଡକ ବାଘ ଶୀକାର । ଲକ ଡାଇନରେ ଜଙ୍ଗଲ ଭିତରେ ପଇଁତରା କଡାକଡି ହେଉନଥିବାରୁ ଶିକାରୀମାନେ ବାଘ ଶୀକାର କରୁଥିବା ଘଟଣା ସାମ୍ନାକୁ ଆସିଛି। ଖବର  ପାଇ ଏସଟିଏଫ ଓ ବନ ବିଭାଗ ଚଢାଉ କରିଛି । କିଛି ବ୍ରୋକରଙ୍କୁ  ଛାଡିଦେଲେ ବାଘ ଛାଲ ରାକେଟରେ ସମ୍ପୃକ୍ତ ଶିକାରୀଙ୍କୁ ଧରିବାରେ ବିଫଳ ହୋଇଛି ପ୍ରଶାସନ । ଏବେ ଓଡିଶାରେ ମହାବଳ ବାଘ କେବଳ ସଂରକ୍ଷିତ ଜଙ୍ଗଲ କିମ୍ବା ଚିଡିଆ ଖାନାରେ ସୀମିତି ଅଛନ୍ତି । କଲରାପତରିଆ କମି ୩ଶହରେ ପହଂଚିଲାଣି ।

ଲକଡାଉନ ବେଳେ ଅବାଧ ଶିକାର । ଜବତ ହୋଇଛି ବାଘ ଛାଲ ଏବଂ ହରିଣ ଛାଲ। ।  ନୟାଗଡ ଜିଲ୍ଲା ଦଶପଲ୍ଲା ଗଣିଆ ଜଙ୍ଗଲରେ ଏଭଳି ବାଘ ଶୀକାର କରି ଛାଲକୁ ଲକ୍ଷଲକ୍ଷ ଟଙ୍କାରେ ବିକ୍ରି କରୁଥିବ ଏକ ରାକେଟ ଧରାପଡ଼ିଛନ୍ତି। ସୁରାଗ ପାଇବା ପରେ ଶିକାରୀକୁ ଧରିବାକୁ ଜାଲ ପକାଇଥିଲା କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ । ଜବତ କରିଥିଲା ୨ କଲରାପତରିଆ ଆଉ ୨ ହରିଣ ଛାଲ । ଯାହାକୁ ବିକ୍ରି କରି ଏମାନେ ୨୫ ଲକ୍ଷ ଟଙ୍କା କମେଇବାକୁ ଏମାନେ ପ୍ଲାନ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ଦଶପଲ୍ଲା ଅଂଚଳର । ସେମାନଙ୍କ ନିକଟକୁ ବାଘ ଛାଲ ଆସିଲା କେଉଁଠୁ । କିଏ ଏମାନଙ୍କୁ ଶୀକାର କରିଥିଲା ଽ କିଏ ଥିଲେ ରାଜ୍ୟ ବାହାରର ଗ୍ରାହକ । ସେ ସବୁ ଜାଣିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଂଚ ।

ଗତ କିଛି ବର୍ଷ ହେବ ରାଜ୍ୟରେ ଚାଲିଥିବା ଅବାଧ ଶିକାର ଯୋଗୁ ଏବେ କିଛି ବାଘ ଭଳି କିଛି ବନ୍ୟ ଜନ୍ତୁ ରାଜ୍ୟରେ ବିଲୁପ୍ତ ପ୍ରାୟ । ୨୦୧୯ ସୁଦ୍ଧା ରାଜ୍ୟରେ ମାତ୍ର ୩୧୮ଟି କଲରାପତରିଆ ବାଘ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା । ହେଲେ ବେସରକାରୀ ସୁତ୍ରରୁ ଯଦି କହିବା ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ଦେଢ ଶହରୁ ଅଧିକ କଲରାପତରିଆ ବାଘଙ୍କୁ ଶିକାର କରାଯାଇଛି । କେତେ ବେଳେ ଫାଶ ପକାଇ ତ ଆଉ କେତେ ବେଳେ ଗୁଳି କରି ନୀରିହ ପଶୁ ମାନଙ୍କୁ କରାଯାଉଛି ହତ୍ୟା

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇଥିବା କଲରାପତରିଆ ବାଘ ଶିକାର ରୋକିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ ଆରମ୍ଭ କରିଥିଲା ଅପରେଶନ । ଚଳିତ ବର୍ଷ କଥା ଯଦି କହିବା ଏସିଟଏଫ ବି ବିଭାଗ ସହ ମିଶି ୨ଟି ମାମଲାରେ ୫ଟି କଲରାପତରିଆ ବାଘ ଚମଡା ଜବତ କରିବା ସହ ଏହାକୁ ବିକ୍ରି କରୁଥିବା ପ୍ରାୟ ୧୫ରୁ ଅଧିକ ଏଜେଣ୍ଟକୁ ଗିରଫ କରିଛି । ହେଲେ ଗୋଟାଏ ବି ଘଟଣାରେ ଜଣେ ବି ଶିକାରି ଧରା ନ ପଡିବା ତଦନ୍ତର ଶିଥିଳତାକୁ ପଦାରେ ପକାଇଛି ।

   Related Posts