କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ : ବନ୍ଧୁକ ଓ ଗୁଳି ଜବତ

Published By : Prameya-News7 Bureau | June 10, 2021 IST

କନ୍ଧମାଳ, ୧୦/୦୬:  ଫୁଲବାଣୀ ବନଖଣ୍ଡ ଅଧିନ ସୁଡୁକୁମ୍ଫା ରେଞ୍ଜର ଓ ବନ କର୍ମଚାରୀମାନେ ଏକ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି । ଏହା ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ କୁଟିକାରୀ ଗ୍ରାମର  କବିଚନ୍ଦ୍ର କହଁରI

କବି ଏକ କଲରାପତରିଆ ବାଘ ଚମଡ଼ାକୁ ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ବନ କର୍ମଚାରୀମାନେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୧୩/୨୧ରେ ମାମଲା ରୁଜୁ କରି କବିଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତକୁ  କୋର୍ଟଚାଲାଣ ମଧ୍ୟ କରାଯାଇଛି  l

ସୁଡ଼ରୁକୁମ୍ଫା ଜଙ୍ଗଲରୁ ହିଁ କବି ଏହି କଲରାପତିରିଆ ବାଘକୁ ଏପ୍ରିଲ ୧୯ରେ ମାରି ତାର ଛାଲକୁ ବିକ୍ରି କରିବା ଯୋଜନା କରିଥିଲା ।  କବି ଘରୁ ବନବିଭାଗ କୁରାଢି, ଗନ୍ ପାଉଡ଼ର, ଓ ୯ଟି ଗୁଳି ଜବତ କରିଛି । ସେହିପରି ଅନ୍ୟତ୍ର ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ବନବିଭାଗ । ଅଭିଯୁକ୍ତ ପୂର୍ବରୁ ରିତିମତ ବାଘମାରି ଛାଲ ବିକ୍ରି କରୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.