ଡିଲ୍ ବେଳେ ଚଢଉ କଲା ଏସଟିଏଫ, ବାଘଛାଲ ଜବତ : ୨ ଗିରଫ

Published By : Prameya-News7 Bureau | November 02, 2021 IST

ବାରିପଦା, ୦୨।୧୧ : ବଢୁଛି ବନ୍ୟପ୍ରାଣୀ ଶିକାର । ଲଗାତର ଭାବେ ଜବତ ହେଉଛି ବାଘଛାଲ । ବେଧଡକ ଶିକାର କରି ବେପାର କରୁଛନ୍ତି ଶିକାରୀ । ମଙ୍ଗଳବାର ପୁଣି ଏସଟିଏଫ ପଞ୍ଝାରେ ବାଘ ଛାଲ ବ୍ୟବସାୟୀ ପଡିଛନ୍ତି ।

ସୂଚନାନୁସାରେ, ବାରିପଦା ରାଇରଙ୍ଗପୁର ଫରେଷ୍ଟ ଡିଭିଜନ ଅଞ୍ଚଳରେ ବାଘଛାଲ ଡିଲ୍‌ ଚାଲିଥିଲା । କୌଣସି ସୂତ୍ରରୁ ଏସଟିଏଫ ଖବର ପାଇ ଚଢଉ କରିଥିଲା । ଏହି ସମୟରେ ଏସଟିଏଫ ୨ ବେପାରୀଙ୍କୁ ମାଡି ବସିଥିଲା । ଗିରଫ ୨ ଅଭିଯୁକ୍ତ ହେଲେ ଚନ୍ଦ୍ରକାନ୍ତ କୁରୁଜୀ, ଅଜିତ ଗିରି  । ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଚଳିତ ବର୍ଷ ୧୯ଟି ବାଘ ଛାଲ ଜବତ କରିବାରେ ଏସଟିଏଫ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.