Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ବାଘ ଛାଲ କାରବାରର ପର୍ଦ୍ଦାଫାଶ : ବାଘ ଛାଲ ଜବତ, ୫ ଗିରଫ

20/10/2020 at 3:27 PM

ରାଇରଙ୍ଗପୁର ୨୦।୧୦: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । ଏହାସହ ୫ ଜଣ ଚୋରା ବେପାରିଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି  ବନ ବିଭାଗ ।

ବିଶେଷ ସୂତ୍ରରୁ ଖବର ପାଇ ବାଘ ଛାଲ କାରବାର ଚାଲିଥିବା ବେଳେ ଚଢାଉ କରିଥିଲା ବନ ବିଭାଗ । ବାଘ ଛାଲ ଜବତ କରିବା ସହ କାରବାରରେ ସଂପୃକ୍ତ ୫ ଜଣଙ୍କୁ ଧରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣାର ଖେଲାରା ମହାଁସଦା ଓ ହାମ୍ବୀର ଟୁଡୁ, ବିଶୋଇର ବାଜିନାଥ ହେମ୍ବ୍ରମ, ସନତ ମାରାଣ୍ଡି ଓ ଜାମଦାର ତୁଶୀଲ ମୁର୍ମୁ ।

ମଣଦା ରେଞ୍ଜ କଟାସ ଅଞ୍ଚଳରୁ ସେପ୍ଟେମ୍ବର ୩ ତାରିଖରେ ଏକ ବାଘ ଛାଲ ଜବତ କରିଥିଲା ବନବିଭାଗ । ଗତ ରବିବାର ଅର୍ଥାତ ଅକ୍ଟୋବର ୧୭ ତାରିଖ ଦିନ ଶିମିଳିପାଳ ଅଂଚଳରେ ଚାଲିଥିବା ବାଘ ଛାଲ କାରବାରର ମାଷ୍ଟର ମାଇଣ୍ଡ ଲବ ନାଏକଙ୍କୁ ଗିରଫ କରିଥିଲେ ମଧ୍ୟ କୋଭିଡ ଟେଷ୍ଟ ପାଇଁ ନେଉଥିବା ବେଳେ ବନ ବିଭାଗକୁ ଚକମା ଦେଇ ଫେରାର ହୋଇଯାଇଥିଲେ ।  ଶିମିଳିପାଳ ଅଞ୍ଚଳରେ ଲୁଚି ଶିମିଳିପାଳକୁ ଧ୍ବଂସ କରୁଥିବା  ଶିକାରୀ ଓ ବେପାରୀଙ୍କ ଉପରେ କଡା ନଜର ରଖିବା ସହ ଅପରାଧୀଙ୍କୁ ଗିରଫ କରିବା ନେଇ ପରିବେଶବିତ୍ ମାନେ ଦାବି କରିଛନ୍ତି ।

   Related Posts