ପିଙ୍କ୍ ଡ୍ରେସ୍ରେ ଟାଇଗରଙ୍କ ଭଉଣୀ କୃଷ୍ଣା ଶ୍ରଫଙ୍କ ଗ୍ଲାମରସ୍ ଅନ୍ଦାଜ : ଏପରି କମେଣ୍ଟ ଦେଲେ ଦିଶା ପଟାନି
15/12/2020 at 12:54 PM

ମୁମ୍ବାଇ ୧୫/୧୨: ଅଭିନେତା ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ୍ ନିଜ ଗ୍ଲାମରସ୍ ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ଅଧିକାଂଶ ସମୟରେ ନିଜ ଫଟୋ ସେୟାର କରନ୍ତି। ତାଙ୍କ ଫଟୋକୁ ମଧ୍ୟ ସମସ୍ତେ ପସନ୍ଦ କରନ୍ତି। ଏବେ କୃଷ୍ଣା ନିଜ ଲାଟେଷ୍ଟ ଫଟୋ ପୋଷ୍ଟ୍ କରିଛନ୍ତି ଯାହା ଜୋରସୋରରେ ଭାଇରାଲ୍ ହେଉଛି। ଏହି ଫଟୋରେ ଦିଶା ପଟାନୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ଫଟୋରେ କୃଷ୍ଣା ଶ୍ରଫ୍ ପିଙ୍କ୍ ଡ୍ରେସରେ ନଜର ଆସିଛନ୍ତି। ମିନିମାଲ୍ ମେକଅପ୍ ସହ ନେକ୍ ଚେନ୍ କୃଷ୍ଣାଙ୍କ ଲୁକକୁ ପୂରା କରୁଛି। ସେ ନିଜ କେଶକୁ ଖୋଲା ରଖିଛନ୍ତି ଯାହା ତଳ ଆଡ଼ୁ କର୍ଲି ରହିଛି। କୃଷ୍ଣାଙ୍କ ଏହି ଫଟୋରେ ପ୍ରଶଂସକ ପ୍ରଶଂସକ ବହୁତ କମେଣ୍ଟ ଦେଇଛନ୍ତି। ଦିଶା ପଟାନି କମେଣ୍ଟ ବକ୍ସରେ ଫାୟାର ଇମୋଟିକନ୍ ସେୟାର କରିଛନ୍ତି। ସେହିପରି ହୁମା କ୍ୟୁରେସି ଏବଂ ଏଲି ଅବରାମ ସମେତ ଅନ୍ୟ ସେଲିବ୍ରିଟିମାନେ ରିଆକ୍ସନ୍ ଦେଇଛନ୍ତି।

ନିକଟରେ କୃଷ୍ଣା ଶ୍ରଫଙ୍କର ବୟଫ୍ରେଣ୍ଡ ଏଭନ୍ ହାୟମ୍ସଙ୍କଠୁ ବ୍ରେକଅପ୍ ହୋଇଛି। କୃଷ୍ଣା ନିଜେ ଏହାର ସୂଚନା ସୋସିଆଲ ମିଡିଆରେ ଦେଇଥିଲେ।

କୃଷ୍ଣା ଏବଂ ଏଭନ୍ ଦୁହେଁ ଇନଷ୍ଟାଗ୍ରାମରେ ଏକାଠି ଥିବା ଫଟୋ ଡିଲିଟ୍ କରି ଦେଇଛନ୍ତି ଏବଂ ପରସ୍ପରକୁ ଅନଫଲୋ କରି ଦେଇଛନ୍ତି। ଉଭୟଙ୍କ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଥିଲା।
